#MeToo ନାଁରେ ନିର୍ମିତ ହେଉଥିଲା ଫିଲ୍ମ, ସେନ୍ସର ବୋର୍ଡ କହିଲେ ଏ ନାମ ଚଳିବ ନାହିଁ

୨୦୧୮ରେ ପୁରା ବଲିଉଡରେ ଚହଳ ସ୍ରୁଷ୍ଟି କରିଥିବା ‘ମୀଠୁ ମୁଭମେଣ୍ଟ’ ଉପରେ ଏବେ ବହୁତ ଫିଲ୍ମ ନିର୍ମିତ ହେଉଛି। ଏହି ମୁଭମେଣ୍ଟ ପାଇଁ ବଲିଉଡର ଅନେକ ବଡ ବଡ କକଳାକାରଙ୍କ ନାମ ସାମ୍ନାକୁ ଆସିଥିଲା। ଏହି ନାମକୁ ନେଇ ବହୁତ ହଙ୍ଗାମା ମଧ୍ୟ ହୋଇଥିଲା। ଅନେକଙ୍କ ଉପରେ ଏବେବି ଜାଞ୍ଚ ଚାଲୁଛି।

ଏହି ମୁଭମେଣ୍ଟକୁ ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏହା ଉପରେ ‘ଇନସପିରେସନ’ ନାମର ଏକ ସର୍ଟ ଫିଲ୍ମ ନେଇ ଆସୁଛନ୍ତି। ସେହିଭଳି ବଲିଉଡରେ ଏହା ଉପରେ ମଧ୍ୟ ଅନେକ ଫିଲ୍ମ ନିର୍ମିତ ହେଉଛି। ନିକଟରେ ଏମିତି ଏକ ଫିଲ୍ମକୁ ନେଇ ସେନ୍ସର ବୋର୍ଡ କଠୋର ହୋଇଛନ୍ତି। ସେନ୍ସର ବୋର୍ଡଙ୍କର ଏହି କଠୋରତା ଉପରେ ଫିଲ୍ମ ନିର୍ମାତା ପ୍ରଶ୍ନ ଉଠାଇଛନ୍ତି।

tanushree-dutta-1ଏହି ଫିଲ୍ମକୁ ନେଇ ସେନ୍ସର ବୋର୍ଡ ଶକ୍ତ ବ୍ୟବହାର ଦେଖାଇ ଏହାର ନାମ ଏବଂ ଅନେକ କଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଲ୍ମକୁ #MeToo ନାମରେ ହିଁ ରିଲିଜ କରାଯିବାର ଥିଲା। ସେନ୍ସର ବୋର୍ଡ ଫିଲ୍ମରେ ବହୁତ କିଛି ବଦଳାଇବାକୁ କହି ଫିଲ୍ମ ମେକରଙ୍କୁ ଏହା ଉପରେ ଏକ ଲମ୍ବା ଡିସକ୍ଲାଇମର ଦେବାକୁ କହିଛନ୍ତି। ସେହିଭଳି ଫିଲ୍ମ ମେକରଙ୍କୁ ସେନ୍ସର ବୋର୍ଡଙ୍କ କଥା ପସନ୍ଦ ଆସିଲା ନାହିଁ। ଯାହା ପରେ ସେ ହାଇକୋର୍ଟର ସାହାରା ନେଇଛନ୍ତି।

ଏହି ଫିଲ୍ମର ନିର୍ମାତା ସାଜିଦ ଇକବାଲ କୁରୈସୀ। ନିର୍ମାତାଙ୍କ କହିବାନୁଯାୟୀ ବିନା କୌଣସି କାରଣରୁ ଫିଲ୍ମରେ ପରିବର୍ତ୍ତନ କରିବାକୁ ସେ ପ୍ରସ୍ତୁତ ନାହାନ୍ତି।

ଏହି ଫିଲ୍ମରେ ଦେଖାଯାଇଛି ଯୌନ ଅପରାଧ ପାଇଁ ଜଣେ ଝିଅକୁ ଅପହରଣ କରାଯାଉଛି ଏବଂ ଏହାପରେ ସେହି ଝିଅ ଅପରାଧୀଙ୍କ ବିରୁଦ୍ଧରେ ଛିଡା ହେଉଛି। ବଲିଉଡରୁ ନେଇ ପୂରା ଦେଶରେ ‘ମୀ ଠୁ’ ମୁଭମେଣ୍ଟ ବହୁତ ଚର୍ଚ୍ଚାରେ ରହିଥିଲା। ଏଥିରେ ଅନେକ ବଡ ବଡ କଳାକାରଙ୍କ ନାମ ସାମ୍ନାକୁ ଆସିଥିଲା। ସେହିଭଳି ଏହି ମାମଲାରେ ପ୍ରଥମ ଥର ଏବେ ସଂଖ୍ୟାରେ ମହିଳାମାନେ ନିଜ ସାଥିରେ ହୋଇଥିବା ଯୌନ ଶୋଷଣ ଘଟଣାକୁ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.