Below header

ତୃତୀୟ ଦିନିକିଆରେ ଖ୍ଵାଜାଙ୍କ ଶତକ, ଆଷ୍ଟ୍ରେଲିଆ ଦେଲା ୩୧୪ ରନ୍‌ର ଟାର୍ଗେଟ୍‌

ରାଞ୍ଚି : ରାଞ୍ଚି ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ହେଲେ ଭାବି ନଥିଲେ ତାଙ୍କ ବୋଲର୍‌ଙ୍କୁ ଏମିତି ଧୁଲେଇ କରିବେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ । ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍‌ ସଂଗ୍ରହ କରିଥିଲେ । ଫର୍ମକୁ ଫେରିଥିବା ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ବଢ଼ିଆ ବ୍ୟାଟଂ କରିଥିଲେ । ତେବେ ୯୩ ରନ୍‌ କରି ମାତ୍ର ୭ ରନ୍‌ ପାଇଁ ତାଙ୍କୁ ଶତକରୁ ବଞ୍ଚିତ କରିଥିଲେ କୁଲଦୀପ ଯାଦବ । ଫିଞ୍ଚ୍‌ ୯୯ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ କରିଛି ।
ତେବେ ଉସମାନ୍‌ ଖ୍ଵାଜା ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ସେ ୧୦୪ ରନ୍‌ (୧୧୩ ବଲ୍‌, ୧୧ ଚୌକା ଓ ୧ ଛକା) କରି ମହମ୍ମଦ ସାମିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏମାନଙ୍କ ପରେ ଗ୍ଲେନ୍‌ ମାକ୍ସେଓ୍ଵଲ୍‌ଙ୍କ ୩୧ ବଲ୍‌ରେ ୪୭ ରନ୍‌ (୩ ଚୌକା ଓ ୩ ଛକା) କରି ଦଳକୁ ୨୫୦ ରନ୍‌ ପାର୍‌ କରାଇ ଦେଇଥିଲେ । ସେ ଆଉଟ୍‌ ହେବା ପରେ ଷ୍ଟୋଇନିସ୍‌ (ଅପରାଜିତ ୩୧) ଓ କାରେ (ଅପରାଜିତ ୨୧) ଦଳୀୟ ସ୍କୋରକୁ ୩୦୦ ରନ୍‌ ଟପାଇ ଦେଇଥିଲେ ।

KULDIP YARAB

ଦିନିକିଆରେ ୩୦୦ ରନ୍‌ ପୂର୍ଣ୍ଣ କରିବାରେ ଅଷ୍ଟ୍ରେଲିଆ ଶତକ କରିଛି । ଅର୍ଥାତ ଆଜିକୁ ମିଶାଇ କଙ୍ଗାରୁ ଦଳ ଶହେ ଥର ୩୦୦ ରନ୍‌ ସ୍କୋର କଲା । ଏଥିରେ ଅବଶ୍ୟ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତୀୟ ଦଳ ୧୦୫ ଥର ୩୦୦ ରନ୍‌ ସ୍କୋର କରିଛି ।
ଭାରତ ପକ୍ଷରୁ ସଫଳ ବୋଲର୍‌ ଭାବେ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ସ୍କୋର : ଅଷ୍ଟ୍ରେଲିଆ-୩୧୩/୫, ୫୦ ଓଭର (ଫିଞ୍ଚ ୯୩, ଖ୍ଵାଜା ୧୦୪, ମାକ୍ସେଓ୍ଵଲ୍‌ ୪୧, ଷ୍ଟୋଇନିସ୍‌ ଅପରାଜିତ ୩୧, କାରେ ଅପରାଜିତ ୨୧ । କୁଲଦୀପ ଯାଦବ ୧୦-୦-୬୪-୩) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.