Below header

LIC ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ମେନ ପରୀକ୍ଷା, ଆଜି ହିଁ ଡାଉନଲୋଡ କରନ୍ତୁ ଆଡମିଟ୍‌ କାର୍ଡ

ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ଫର୍ମ ଭରିଥିଲେ କି ? ଏହି ପଦବୀରେ ନିଯୁକ୍ତି ପାଇଁ ଯେଉଁମାନେ ଫର୍ମ ଭରିଛନ୍ତି ସେମାନେ ୩୦ ଅକ୍ଟୋବର ସୁଦ୍ଧା ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ କରିଦିଅନ୍ତୁ। ସୂଚନା ମୁତାବକ, ଯେଉଁମାନେ ଏହି ଭର୍ତ୍ତି ପରୀକ୍ଷା ପାଇଁ ଆବେଦନ କରିଛନ୍ତି, ସେମାନେ ଅଧିକାରକ େଓ୍ଵବସାଇଟ୍‌କୁ ଯାଇ ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଯେଉଁ ପ୍ରାର୍ଥୀ ଆବେଦନ କରିଛନ୍ତି ସେମାନେ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ନିଜର ଆଇକାର୍ଡ ଡାଉନଲୋଡ କରିଦିଅନ୍ତୁ। ୩୧ ଅକ୍ଟୋବର ୨୦୨୧ରେ ପରୀକ୍ଷା ଦେଇପାରିବେ।

ପଦବୀ ବିବରଣୀ:

ଆସିଷ୍ଟାଣ୍ଟ ଇଂଜିନିୟର: ୫୦

ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର: ୧୬୮

କେମିତି କରିବେ ଡାଉନଲୋଡ:

– ପ୍ରଥମେ LICର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।

– ହୋମ ପେଜରେ ଥିବ LIC Career ସେକ୍ସନରେ କ୍ଲିକ କରନ୍ତୁ।

– କ୍ୟାରିଅର ପେଜ ଖୋଲିବା ପରେ ଆସିଷ୍ଟାଣ୍ଟ ଇଂଜିନିୟର ଭର୍ତ୍ତି ଏବଂ AAO ଭର୍ତ୍ତି ୨୦୨୦ ଲିଙ୍କ ଉପରେ କ୍ଲିକ କରନ୍ତୁ।

– ଏକ ନୂଆ ପେଜ ଖୋଲିବ। ସେଥିରେ ଲେଖାଥିବା Call Letter Download ଲିଙ୍କରେ କ୍ଲିକ କରନ୍ତୁ।

– ଏହାପରେ ସେଥିରେ ନିଜର ରେଜିଷ୍ଟ୍ରେସନ ନମ୍ବର, ଜନ୍ମ ତିଥି ଏବଂ ସ୍କ୍ରିନରେ ଥିବା ସିକ୍ୟୁରିଟି କୋର୍ଡ ପୂରଣ କରିବା ପରେ ଲଗଇନ୍‌ କରନ୍ତୁ।

– ଲଗ୍‌ ଇନ କରିବା ପରେ ଆଡମିଟ କାର୍ଡ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ୍‌ କାଢିଦିଅନ୍ତୁ।

LIC ରେ ଏହି ଭର୍ତ୍ତି ପାଇଁ ପ୍ରାରମ୍ଭିକ ପରୀକ୍ଷା ପୂର୍ବରୁ ହୋଇସାରିଛି। ଏବେ ମେନ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.