Below header

ଆର୍ଯ୍ୟନଙ୍କ ପାଇଁ ଲଢିବେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ ରୋହତଗୀ

ମୁମ୍ବାଇ(କେ ନ୍ୟୁଜ): ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରେ ଚାଲିଛି ଆର୍ଯ୍ୟନଙ୍କ ବେଲ୍‌ ଆବେଦନର ଶୁଣାଣି । ଆର୍ଯ୍ୟନଙ୍କ ପାଇଁ ଲଢିବେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ ରୋହତଗୀ। ଜଷ୍ଟିସ ନିତନ ସମ୍ବରେ ମାମଲାର ଶୁଣାଣି ଚାଲିଛି । ଏପଟେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିଛି ଏନସିବି । ବମ୍ବେ ହାଇକୋର୍ଟରେ ଏନସିବି ପକ୍ଷରୁ ଜବାବ ଦାଖଲ ହୋଇଛି । ସାକ୍ଷୀଙ୍କୁ ପ୍ରଭାବିତ କରାଯାଉଥିବା ଦର୍ଶାଯାଇଛି । ତେଣୁ ଅଭିଯୁକ୍ତଙ୍କୁ ବେଲ ନଦେବାକୁ ଏନସିବି କୋର୍ଟଙ୍କୁ ଅନୁରୋଧ କରିଛି । ଆର୍ଯ୍ୟନଙ୍କ ପାଇଁ ବେଲ୍‌ ମିଳିବ ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ତଳ କୋର୍ଟରେ ନିରାଶ ହେବା ପରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜୁନିୟର କିଙ୍ଗ ଖାନ୍‌ । ପାଖାପାଖି ମାସେ ହେବାକୁ ବସିଲାଣି । ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ଏବେ ସେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ବିଚାରଧୀନ କଏଦୀ ଭାବରେ ଅଛନ୍ତି । ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଏନସିବି । ମୁକୁଲ ରୋହତଗୀଙ୍କ ଅନୁଯାୟୀ ହ୍ୱାଟ୍ସ ଅପ ଚାଟରେ ଡ୍ରଗ୍ସକୁ ନେଇ କୌଣସି ପ୍ରକାର ମେସେଜ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.