ବିନା ପରୀକ୍ଷାରେ LIC ରେ ନିଯୁକ୍ତି ସୁଯୋଗ, ଦରମା ୧୪ ଲକ୍ଷ ଟଙ୍କା; ଏବେ ହିଁ କରନ୍ତୁ ଆବେଦନ

ଜୀବନ ବୀମା ନିଗମ (LIC)ର ହାଉସିଂ ଫାଇନାନ୍ସ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ। ଏଲ୍‌ଆଇସିରେ ମ୍ୟାନେଜମେଣ୍ଟ ଟ୍ରେନି ଠାରୁ ଆରମ୍ଭ କରି ଆସିଷ୍ଟାଣ୍ଟ ମ୍ୟାନେଜର ପର୍ଯ୍ୟନ୍ତ ସମସ୍ତ ପଦ ପୂରଣ ହେବାକୁ ଯାଉଛି। ଏହି ପଦରେ ଚାକିରି ପାଇବା ପ୍ରାର୍ଥୀଙ୍କ ପେ-ସ୍କେଲ ବାର୍ଷିକ ୧୪ ଲକ୍ଷ ଟଙ୍କା ଯାଏଁ ରହିବ। ଯଦି ଆପଣ ଏମ୍‌ସିଏ, ପିଏସ୍‌ସି, ବିଟେକ୍‌ କିମ୍ବା ବିଇ ଡିଗ୍ରୀ କରିଛନ୍ତି, ତେବେ ଆପଣଙ୍କ ନିକଟରେ ସରକାରୀ ଚାକିରି ପାଇବାର ଏହା ଏକ ସୁବର୍ଣ୍ଣ ସୁଯୋଗ।

ପଦ ବିବରଣୀ:

ମ୍ୟାନେଜମେଣ୍ଟ ଟ୍ରେନି- ୯ ପଦ
ଆସିଷ୍ଟାଣ୍ଟ ମ୍ୟାନେଜର- ୧୧ ପଦ
ମୋଟ ପଦ ସଂଖ୍ୟା-୨୦

ବୟସ ସୀମା:

୩୦ ବର୍ଷ

ଆବେଦନର ଶେଷ ତାରିଖ:

୩୧ ଡିସେମ୍ବର ୨୦୨୦

ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

ଚୟନ ପ୍ରକ୍ରିୟା:

ଏହି ପଦ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ। ମେରିଟ୍‌ ଆଧାରରେ ସିଧାସଳଖ ଚାକିରି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.