Below header

ଟ୍ରେନ ଯାତ୍ରା ସମୟରେ ହଠାତ ଅସୁସ୍ଥ ହେଲେ ସିଟ ପାଖରେ ପହଞ୍ଚିବେ ଡାକ୍ତର, ଜାଣନ୍ତୁ କେମିତି

ଟ୍ରେନ ଯାତ୍ରା ସମୟରେ ଅନେକ ଯାତ୍ରୀ ଅସୁସ୍ଥ ମନେ କରିବା ସହ ରୋଗଗ୍ରସ୍ଥ ହେଉଥିବାର ଦେଖାଯାଏ । ବିଶେଷତଃ ଏହି କାରଣରୁ ବି ଅନେକେ ଦୀର୍ଘ ସମୟର ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏଣିକି ଆଉ ଡରିବା ଆବଶ୍ୟକ ନାହିଁ । ଏଣିକି ଏପରି କୌଣସି ସ୍ଥିତି ଉପୁଜିଲେ ଚିକିତ୍ସା ଯୋଗାଇଦେବ ଭାରତୀୟ ରେଳ ବିଭାଗ । ତେବେ ଜାଣି ରଖାନ୍ତୁ ଟ୍ରେନରେ ଦେହ ଖରାପ ହେଲେ କଣ କରିବେ ।

-ଯାତ୍ରା ସମୟରେ ଯଦି ହଠାତ ଅସୁସ୍ଥ ମନେ କରୁଛନ୍ତି ତେବେ ଟିଟିଇଙ୍କ ସହ ସମ୍ପର୍କ କରନ୍ତୁ । ରେଳ ବିଭାଗ ଦ୍ୱାରା ଜାରି ହୋଇଥିବା ନିୟମ ଅନୁଯାୟୀ ଏପରି ସ୍ଥିତିରେ ଟିଟିଇ ମାନେ ସାହାଯ୍ୟ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ଟିଟିଇ ହିଁ ସବୁ ପ୍ରକାର ଫାଷ୍ଟ ଏଡ଼ ଚିକିତ୍ସାର ବନ୍ଦୋବସ୍ତ କରିବେ ।

-ଯଦି ପରିସ୍ଥିତି ଜଟିଳ ହୁଏ ତେବେ ଟିଟିଇ ରେଳ କଣ୍ଡକ୍ଟରଙ୍କ ସହ ଯୋଗାଯୋଗ କରିବେ । ଯାହାଦ୍ୱାରା ନିକଟସ୍ଥ ଷ୍ଟେସନରେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇପାରିବ ।

-ନଚେତ ୧୩୮ ନମ୍ବରକୁ କଲ କରି ତୁରନ୍ତ ସାହାଯ୍ୟ ପାଇ ପାରିବେ | ଯାହା ଦ୍ୱରା ନିକଟସ୍ଥ ଷ୍ଟେସନ ସୁଦ୍ଧା ଆପଣଙ୍କ ନିକଟରେ ଡାକ୍ତର ପହଞ୍ଚିଯିବେ । ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ବି ରେଳ ବିଭାଗ ଆକ୍ଟିଭ ରହୁଥିବା ଦେଖାଦେଉଛି । ସୂଚନା ଦେବା ଉଚିତ ହେବକି, ରେଳ ଗାଡ଼ିର କଣ୍ଡକ୍ଟର କଣ୍ଟ୍ରୋଲ ରୁମ ସହ କନେକଟ ହୋଇଥାଏ ।

-ଏହାର ଅର୍ଥ ଯଦି ଆପଣଙ୍କ ଦେହ ଅସୁସ୍ଥ ହୋଇଥାଏ ତେବେ ରେଳ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରି ସାହାଯ୍ୟ ନେଇ ପାରିବେ । ପରିସ୍ଥିତି ଅଧିକ ଖରାପ ହେଲେ ତତସଲଗ୍ନ ଜୋନ୍କୁ ସୂଚାଇ ଦିଆଯିବ । କିନ୍ତୁ ଏସମୟରେ ପିଏନଆର, ସିଟ ନମ୍ବର ଆଦି ବାବଦରେ ବି ସୂଚନା ଦେବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.