କୃଷକ ଆନ୍ଦୋଳନ : ବ୍ରିଟେନ୍‌ରେ ରହୁଥିବା ଶିଖମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ଲେଖିଲେ ଇମୋସନାଲ୍‌ ଚିଠି- ‘ପୁଅଙ୍କୁ ଟିକେ ବୁଝାଅ’

ଲଣ୍ଡନ : ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନର ନିଆଁ ବିଦେଶରେ ମଧ୍ୟ ଜଳିବାରେ ଲାଗିଲାଣି । ବିଦେଶରେ ବାସ କରୁଥିବା ପ୍ରବାସୀ ଶିଖ୍‌ ସମ୍ପ୍ରଦାୟ ଭାରତରେ ରହୁଥିବା ନିଜର ସମ୍ପର୍କୀୟ କୃଷକମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । କାନଡା ଓ ଆମେରିକାରେ ରହୁଥିବା ଶିଖମାନେ ଏହି ମାମଲରେ ବିରୋଧ କରିଛନ୍ତି ।

ଏବେ ବ୍ରିଟେନ୍‌ରେ ରହୁଥିବା ପଞ୍ଜାବୀମାନେ ମଧ୍ୟ କୃଷକଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମା’ଙ୍କୁ ଏକ ଆବେଗଭରା ପତ୍ର ଲେଖିଛନ୍ତି । ବ୍ରିଟିଶ୍‌ ଏଜୁକେସନାଲ୍‌ ଏଣ୍ଡ କଲ୍‌ଚରାଲ୍‌ ଏସୋସିଏସନ୍‌ ଅଫ୍‌ ଶିଖ୍‌ ଗତ ୧୪ ତାରିଖରେ ମୋଦିଜୀଙ୍କ ମା’ଙ୍କୁ ଏହି ପତ୍ର ଲେଖିଛନ୍ତି । ପତ୍ରରେ ଲେଖିଛନ୍ତି ‘କିଛି ଲୋକ ପଞ୍ଜାବର ମାତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏମିତି ହେବା କଥା ନୁହେଁ । ଆପଣ, ଆପଣଙ୍କ ପୁଅକୁ ଟିକେ ବୁଝାନ୍ତୁ ।

letter to modis mother

ସୋସିଆଲ୍‌ ମିଡିଆରେ ଏହି ପତ୍ର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ବିଟିଶ୍‌ ଶିଖ୍‌ ସଂଗଠନର ଅଧ୍ୟକ୍ଷ ତ୍ରିଲୋଚନ ସିଂହ ଦୁଗ୍ଗଲ କହିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ କିଛି ଲୋକ ପଞ୍ଜାବକୁ ବଦନାମ କରିବାକୁ ଚାହୁଁଛନ୍ତି । ତେଣୁ ଆପଣଙ୍କ ପୁଅକୁ ଟିକେ ବୁଝାନ୍ତୁ ଓ ସେ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଏପରି ପତ୍ର ଲେଖିଛନ୍ତି ଶ୍ରୀ ଦୁଗ୍ଗଲ ।

ଶ୍ରୀ ଦୁଗ୍ଗଲ ଆହୁରି କହିଛନ୍ତି ଯେ ଆମ ପାଖରେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରା ବା ଙ୍କ ଠିକଣା ନାହିଁ । ତେଣୁ ଆମେ ଏହି ପତ୍ରକୁ ଇଣ୍ଟରନେଟ୍‌ ରେ ସର୍କୁଲେଟ୍‌ କରିଦେଇଛୁ । ଆଶା ଏହା ତାଙ୍କ ପାଖରେ ନିଶ୍ଚୟ ପହଞ୍ଚିଯିବ । ତେବେ ଏ ସମ୍ପର୍କରେ ଆମେ କୈାଣସି ସରକାରୀ ଏଜେନ୍ସି ସହ ଯୋଗାଯୋଗ କରିନାହୁଁ । ତେବେ ସମସ୍ତଙ୍କୁ ତାଙ୍କର ହକ୍‌ ମିଳିବା ଦରକାର ବୋଲି ଶ୍ରୀ ଦୁଗ୍ଗଲ କହିଛନ୍ତି ।

Leave A Reply

Your email address will not be published.