Below header

ଆଜି ରାତି ଖାଇବାରେ ପ୍ରସ୍ତୁତ କରନ୍ତୁ ବାଜରା-ପାଳଙ୍ଗ ପରଠା

ଶୀତ ଦିନେ  ବିଭିନ୍ନ ରଙ୍ଗର ପନିପରିବା ବଜାରରେ ମିଳିଥାଏ । ସବୁଦିନ ସେହି ସମାନ ପ୍ରକାରର ଡ଼ିସ ଖାଇ ବୋର ଲାଗୁଥିବା ବେଳେ ଫ୍ରେସ ପନିପରିବାରେ ଆଉ କ’ଣ ନୂଆ ବନା ଯାଇପାରିବ ସେନେଇ ଚିନ୍ତାରେ ପଡିଯାନ୍ତି ଗୃହିଣୀମାନେ । ଏହି ଦିନରେ ପାଳଙ୍ଗ ଶାଗ ବି ପ୍ରଚୁର ମାତ୍ରାରେ ମିଳିଥାଏ । ଏହାକୁ ସାଧାରଣତଃ ତରକାରୀ କିମ୍ବା ଶାଗ ରାନ୍ଧି ଖିଆ ଯାଇଥାଏ । ପାଳଙ୍ଗ ଓ ପୁରି ଆଦି ପ୍ରସ୍ତୁତ କରି ବି ଚାଖିଥାନ୍ତି । କିନ୍ତୁ ପ୍ରସ୍ତୁତି ଠିକ ଭାବେ ଜାଣି ନଥିଲେ ପରଠା ସେତେଟା ସ୍ୱାଦିଷ୍ଟ ଲାଗିନଥାଏ । ତେବେ ଆସନ୍ତୁ ପାଳଙ୍ଗ ପରଠାକୁ ଏକ ନୂଆ ଟ୍ଵିଷ୍ଟ ଦେବା, ଆଉ ଘରେ ପ୍ରସ୍ତୁତ କରିବା ବାଜରା- ପାଳଙ୍ଗ ପରଠା । ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ବାଜରା ଅଟା- ଅଧା କପ

ପାଳଙ୍ଗ ଶାଗ- ଅଧା କପ

ଗହମ ଅଟା- 2 ଚାମଚ

କଞ୍ଚା ଲଙ୍କା- 2ଟି

ଅଦା ରସୁଣ ପେଷ୍ଟ- ଗୋଟେ ବଡ ଚାମଚ

ଜିରା- ଗୋଟେ ଛୋଟ ଚାମଚ

ଲୁଣ ସ୍ୱାଦ ଅନୁସାରେ

ଲଙ୍କା ଗୁଣ୍ଡ – ସ୍ୱାଦ ଅନୁସାରେ

पालक पराठा रेसिपी || Palak Paratha || Spinach Paratha Recipe ||Palak Ka Paratha || - YouTube

ଗରମ ମସଲା- ଗୋଟେ ଛୋଟ ଚାମଚ

ତେଲ- ଗୋଟେ ବଡ ଚାମଚ

1. ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ ଜିରା, ଅଦା ରସୁଣ ପେଷ୍ଟ ଆଦି ପକାନ୍ତୁ ।

2. ଏବେ ପାଳଙ୍ଗ ଶାଗ ଓ ଲୁଣ ଦିଅନ୍ତୁ ।

3. ଶାଗ ମଉଳି ଆସିଲେ ଗ୍ୟାସ ବନ୍ଦ କରନ୍ତୁ ଆଉ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

4. ଏବେ ଆଉ ଏକ ବାଉଲରେ ବାଜରା ଓ ଗହମ ଅଟା ଓ ରନ୍ଧା ହୋଇଥିବା ପାଳଙ୍ଗ ଶାଗକୁ ଭଲ ଭାବରେ ମିଶାନ୍ତୁ ।

5. ଏବେ ସେଥିରେ ଗୋଟେ ଚାମଚ ତେଲ ଦେଇ ଭଲ ଭାବରେ ଚକଟି ଦିଅନ୍ତୁ ।

6. ଚକଟିବା ପରେ ଏକ ଓଦା କପଡା ଦେଇ ଢାଙ୍କି ଦିଅନ୍ତୁ ।

7. ଏବେ ସେଥିରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ରୁଟି ବେଲି ଦିଅନ୍ତୁ ।

8. ପ୍ୟାନରେ ଘିଅ ଲଗାଇ ରୁଟି ଗୁଡିକୁ ସେକି ଦିଅନ୍ତୁ ।

9. ଏବେ ପ୍ରସ୍ତୁତ ହୋଇଯାଇଥିବା ପରଠାକୁ ଆଚାର, ଦହି କିମ୍ବା ଅନ୍ୟ କୌଣସି ଚଟଣି ସହିତ ଟେଷ୍ଟ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.