Below header

ସାବଧାନ ! ଆଧାର ସହ ପ୍ୟାନ୍‌ ଲିଙ୍କ୍‌ କରିନଥିଲେ ବନ୍ଦ ହୋଇପାରେ ବ୍ୟାଙ୍କ ସେବା, ୩୦ ଜୁନ ଶେଷ ତାରିଖ

ନୂଆଦିଲ୍ଲୀ : ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କିମ୍ବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ରେ ରହିଛି ତେବେ ହୋଇଯାଆନ୍ତୁ ସାବଧାନ । ନହେଲେ ମିଳି ନପାରେ ବ୍ୟାଙ୍କ୍‌ ସେବା । କାରଣ ଜୁନ ୩୦ ତାରିଖ ହେଉଛି ପ୍ୟାନ୍‌ ଓ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ । ଏହି ସମୟ ମଧ୍ୟରେ ଆପଣଙ୍କ ଆଧାର ସହ ପ୍ୟାନ୍‌ ଲିଙ୍କ କରିବା ଅନିବାର୍ଯ୍ୟ । ଏହି ସମୟ ମଧ୍ୟରେ ଆଧାର ପ୍ୟାନ୍‌ ଲିଙ୍କ କରିବା ଅନିବାର୍ଯ୍ୟ । ଯଦି ଏହି ସମୟ ମଧ୍ୟରେ ଆପଣ ଲିଙ୍କ ନକରନ୍ତି ତେବେ ଆପଣଙ୍କ କାର୍ଡ ନିଷ୍କ୍ରିୟ ହୋଇଯିବ । ଯାହା ଫଳରେ ଆପଣଙ୍କ ବ୍ୟାଙ୍କିଂ ସେବା ବ୍ୟାହତ ହୋଇପାରେ ।

ଏହି ନିୟମ ଅନୁଯାୟୀ, ଆଗାମୀ ମାସରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ତୁରନ୍ତ ଆପଣଙ୍କ ଆଧାର ସହ ପ୍ୟାନ୍‌ ଲିଙ୍କ କରି ଦିଅନ୍ତୁ । ଏସ୍‌ବିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତା’ର ଗ୍ରାହାକଙ୍କ ପାଇଁ ଏହି ସୂଚନା ଦେଇଛି ।

ଜାଣନ୍ତୁ କ’ଣ ପାଇଁ ଜରୁରୀ ଲିଙ୍କ୍‌ :

କେନ୍ଦ୍ର ସରକାର ୨୦୨୧ ରେ ଇନ୍‌କମ୍‌ ଟ୍ୟାକ୍ସ ଆଇନ୍‌ ରେ 234H ନାମରେ ଏକ ପ୍ରାବଧାନ ଯୋଡ଼ିଛି । ଏହି ନୂଆ ପ୍ରାବଧାନ ଅନୁସାରେ ଯଦି କେହି ବ୍ୟକ୍ତି ନିର୍ଘଣ୍ଟ ତାରିଖ ମଧ୍ୟରେ ଆଧାର ଓ ପ୍ୟାନ୍‌ ଲିଙ୍କ୍‌ ନକରନ୍ତି ତେବେ ତାଙ୍କୁ ପେନାଲିଟି ଦେବାକୁ ପଡ଼ିପାରେ । ଏହି ପେନାଲିଟି ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହାଛଡ଼ା ଆପଣ ବ୍ୟାଙ୍କିଂ ସେବା ଉପଯୋଗ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.