ସୋର : ବାପା ମୋବାଇଲ୍‌ ଦେଲେନି ବୋଲି ଏମିତି ଭୟଙ୍କର କାଣ୍ଡ କଲା ପୁଅ

ସୋର (କେନ୍ୟୁଜ୍‌) : ବଦଳୁଛି ସମୟ, ବଦଳୁଛି ପରିବେଶ । ତା ସହିତ ପିଲାମାନଙ୍କ ମାନସିକତା । ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛି ଜଣେ ନାବାଳକ । ତା ପାଇଁ ଏବେ କେବଳ ଘରେ ନୁହେଁ ସାରା ଗାଁରେ କାନ୍ଦ ବୋବାଳି ପଡ଼ିଛି ।

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ପଞ୍ଚାୟତର ସୁଶାନ୍ତ କୁମାର ହୋତାଙ୍କ ନାବାଳକ ପୁଅ ଦିବ୍ୟରଞ୍ଜନ ଏଭଳି ଘଟଣା ଘଟାଇଛି । ଗେମ୍ ଖେଳିବାକୁ ସେ ବାପାଙ୍କୁ ମୋବାଇଲ ମାଗିଥିଲା । ତେବେ ବାପା ମୋବାଇଲ ଦେବାକୁ ମନା କରିଦେଲେ । ଫଳରେ ଦିବ୍ୟରଞ୍ଜନ କାହାକୁ କିଛି ନକହି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଘର ଲୋକେ ଅନେକ ସମୟ ଧରି ପୁଅକୁ ନଦେଖିବାରୁ ତାକୁ ଖୋଜାଖୋଜି କରିଥିଲେ । ତେବେ ଘରେ ଦେଖିଲା ବେଳକୁ ପୁଅ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି । ପରିବାର ଲୋକେ ତାକୁ ତୁରନ୍ତ ଅନନ୍ତପୁର ଡାକ୍ତରଖନାକୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଅନ୍ତପୁର ଫାଣ୍ଡି ଅଧିକାରୀ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

 

Leave A Reply

Your email address will not be published.