ଆନ୍ତର୍ଜାତିକ ମହିଳା ଦିବସରେ ମୋଦିଙ୍କ ଭେଟି, କମିଲା ଏଲପିଜି ସିଲିଣ୍ଡର ଦର

ଆନ୍ତର୍ଜାତିକ ମହିଳା ଦିବସରେ ମୋଦିଙ୍କ ଭେଟି । ୧୦୦ ଟଙ୍କା କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର।

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହିଳା ଦିବସରେ ମୋଦିଙ୍କ ଭେଟି । ୧୦୦ ଟଙ୍କା କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର। ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଘୋଷଣା କରି ମୋଦି କହିଛନ୍ତି ଏହା ହାଣ୍ଡିଶାଳ ଉପରେ ବୋଝ କମ କରିବ। ଏହି ପଦକ୍ଷେପ ନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ନାରୀ ଶକ୍ତିଙ୍କ ଜୀବନକୁ ସହଜ କରିବା ଏବଂ କୋଟି କୋଟି ପରିବାରର ଆର୍ଥିକ ବୋଛ ହ୍ରାସ କରିବା।  ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ, ଯାହା କି ପୂରା ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି ।

 

ଏହି ଘୋଷଣା ପରେ ଘରୋଇ ଏଲ୍‌ପିସି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୯୩୦ ଟଙ୍କାରୁ ହ୍ରାସ ପାଇ ୮୩୦ରେ ପହଞ୍ଚିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଏହା ୯୦୩ ଟଙ୍କାରୁ ୮୦୩ ହୋଇଛି। ସେହିପରି ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୧୮ .୫୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.