ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି: ଆଜିଠୁ କମିଲା ଏଲପିଜି ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି । ସୂଚନା ଥାଉକି, ଏଲପିଜି ସିଲିଣ୍ଡରର ଦର ୧୯୮କୁ ହ୍ରାସ ପାଇଛି।

ତେବେ ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦର ୧୯୮ଟଙ୍କାକୁ ହ୍ରାସ କରିଛି ଇଣ୍ଡିଆନ ଅଏଲ । ୩୦ଜୁନ ପର୍ଯ୍ୟନ୍ତ ଏହି ୧୯ କେଜିର କମର୍ସିଆଲ ସିଲିଣ୍ଡର ୨୨୧୯ଟଙ୍କାରେ ମିଳୁଥିଲା । କିନ୍ତୁ ୧ଜୁଲାଇରୁ ଏହାର ଦର ହ୍ରାସ ପାଇ ୨୦୨୧ଟଙ୍କା ହୋଇଯାଇଛି ।

ସେହିପରି ପଶ୍ଚିମବଙ୍ଗରେ ୨୩୨୨ଟଙ୍କାରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ହୋଇ ୨୧୪୦ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଏହାର ଦର ୨୧୭୧.୫୦ରୁ ହ୍ରାସ ହୋଇ ୧୯୮୧ଟଙ୍କା ହୋଇଛି । ଏବଂ ଚେନ୍ନାଇରେ ୨୩୭୩ଟଙ୍କା ରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇ ୨୧୮୬ଟଙ୍କାରେ ପହଞ୍ଚିଛି । ତେବେ ତେଲ କମ୍ପାନୀ ତରଫରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.