ଭାରତରେ ୬ଟି ନୂଆ EV ଲଞ୍ଚ କରିବା ଯୋଜନାରେ ମାରୁତି ସୁଜୁକି, ଲୋକଙ୍କ ମନରେ ବଢ଼ୁଛି କ୍ରେଜ୍
ଦେଶର ସବୁଠାରୁ ଅଧିକ କାର ବିକ୍ରି କରୁଥିବା କମ୍ପାନୀର ଏହି ଷ୍ଟେପ୍ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କମ୍ପାନୀ ଆକଳନ କରିଛି ଯେ ଏହାର ଆଗାମୀ ଇଲେକ୍ଟ୍ରିକ୍ ଭେଇକିଲ୍ ଗୁଡିକ ଦଶନ୍ଧି ଶେଷ ସୁଦ୍ଧା ମୋଟ ବିକ୍ରିର ପ୍ରାୟ ୧୫ ପ୍ରତିଶତ ହେବ।

ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ କାର ଗୁଡ଼ିକର ବିକ୍ରି ଭଲ ହେଉଛି । ଏସବୁ ନଜରରେ ରଖି ମାରୁତି ସୁଜୁକି ୨୦୩୧ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ ବଜାରରେ ୬ ଟି ଇଲେକ୍ଟ୍ରିକ୍ ଗାଡ଼ି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଦେଶର ସବୁଠାରୁ ଅଧିକ କାର ବିକ୍ରି କରୁଥିବା କମ୍ପାନୀର ଏହି ଷ୍ଟେପ୍ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କମ୍ପାନୀ ଆକଳନ କରିଛି ଯେ ଏହାର ଆଗାମୀ ଇଲେକ୍ଟ୍ରିକ୍ ଭେଇକିଲ୍ ଗୁଡିକ ଦଶନ୍ଧି ଶେଷ ସୁଦ୍ଧା ମୋଟ ବିକ୍ରିର ପ୍ରାୟ ୧୫ ପ୍ରତିଶତ ହେବ।
ସୂଚନା ଥାଉ କି ୨୦୨୫ରେ ଏହି କମ୍ପାନୀ ନିଜର ପ୍ରଥମ ଇଲେକ୍ଟ୍ରିକ୍ ଭେଇକିଲ୍ ଭାବରେ eVX ଲଞ୍ଚ କରିବ । ଟୟୋଟା ର 27PL ସ୍କେଟ୍ ବୋର୍ଡ ପ୍ଲାଟଫର୍ମ ଏହାକୁ ଅଣ୍ଡର କରିବ ଏବଂ ଏହା ୬୦ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଲ୍ୟାସ ହେବ, ଯାହା ପ୍ରାୟ ୫୫୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ୍ ରେଞ୍ଜ ଦେବ ।
ମଡ୍ୟୁଲାର୍ ପ୍ଲାଟଫର୍ମ ଏକ ଇଲେକ୍ଟ୍ରିକ୍ MPV ତିଆରି କରିବ । ଯାହାକୁ YMC କୋଡନେମ୍ ଦିଆଯାଇଛି ଏବଂ ୨୦୨୬ରେ ଏହି eVX ଲଞ୍ଚ ହୋଇପାରେ । ଧ୍ୟାନରେ ଥାଉ କି ମାରୁତି ସୁଜୁକି ଜାପାନରେ ବିକ୍ରି ହୋଇଥିବା ସ୍ପାସିଆକୁ ଫୋଲୋ କରି ଏକ କମ୍ପାକ୍ଟ MPV ରେ କାମ କରୁଛି । ଟାଟା ପଞ୍ଚ ଏବଂ ହୁଣ୍ଡାଇ ଏକ୍ସଟର ସହ କମ୍ପିଟିସନ୍ କରିବା ପାଇଁ ଏହି SUVକୁ ଡିଜାଇନ୍ କରାଯାଉଛି ।
ଇଣ୍ଡୋ-ଜାପାନିଜ ନିର୍ମାତା କମ୍ପାନୀ ୨୦୨୭ ରେ ଏକ ଶସ୍ତା ଜିରୋ-ଏମିସନ୍ ହ୍ୟାଚବ୍ୟାକ୍ ଆଣିବ ବୋଲି ଯୋଜନା କରୁଛି ଏବଂ ଏହା eWX ଉପରେ ବେସଡ୍ ହେବ । ଅଧିକ ମୂଲ୍ୟ ପାଇଁ ଏଥିରେ ହାଇ ଲୋକାଲ କଣ୍ଟେଟ୍ ରହିବ ।
ମାରୁତି ସୁଜୁକି କାର ଗୁଡ଼ିକର ଭଲ ସେଲ୍ ପାଇଁ ଏହାର ICE ପୋର୍ଟଫୋଲିଓକୁ ମଜବୁତ କରିଆସୁଛି । ନୂଆ Brezza compact SUV, Frontex compact SUV coupe ଏବଂ Grand Vitara ଆସିବା ପରେ କମ୍ପାନୀର ଚର୍ଚ୍ଚା ଅଧିକ ହୋଇଛି । ଗତ ଆର୍ଥିକ ବର୍ଷରେ ଏହି ଭେଇକିଲ ଗୁଡ଼ିକ ଅଧିକ ବିକ୍ରି ହୋଇଥିଲା । ଯାହା କମ୍ପାନୀକୁ ଭଲ ଲାଭ ଦେଇଥିଲା ।
ସେହି ସମୟରେ ମାରୁତି ସୁଜୁକିର UV ସେଲ୍ ୬,୪୨,୨୯୬ ୟୁନିଟ୍ ରେକର୍ଡ କରିଥିଲା । ତେବେ ମାରୁତି ସୁଜୁକିର କାର ଗୁଡ଼ିକୁ ନେଇ ଲୋକଙ୍କର କ୍ରେଜ୍ ରହିଛି । ତେଣୁ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଏହି ସବୁ କାରକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ।