DRS ନେଇ ଅମ୍ପାୟର ସହିତ ଯୁକ୍ତି କଲେ ପନ୍ତ, ରିପ୍ଲେରେ ସାମ୍ନାକୁ ଆସିଲା ସତ: ଭିଡିଓ ଭାଇରଲ

ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଅମ୍ପାୟରଙ୍କ ସହିତ ରିଭ୍ୟୁ ନେବା ସମୟରେ ଯୁକ୍ତି କରୁଥିବାର ନଜର ଆସିଛନ୍ତି ରିଷଭ ପନ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଦିଲ୍ଲୀ ପ୍ରଥମେ ବୋଲିଂ କରୁଥିବା ବେଳେ ଚତୁର୍ଥ ଓଭରରେ ଇଶାନ୍ତ ଶର୍ମାଙ୍କ ଚତୁର୍ଥ ବଲକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଆଇପିଏଲ ୨୦୨୪ ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଥିଲା କିନ୍ତୁ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ମ୍ୟାଚ ଜିତି ଦ୍ୱିତୀୟ ମ୍ୟାଚ ଜିତିସାରିଛି । ଦିଲ୍ଲୀର ଏହି ବିଜୟରେ ଅଧିନାୟକ ରିଷଭ ପନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି ମ୍ୟାଚରେ ପନ୍ତ ୨୪ ବଲରେ ୪୧ ରନ୍‌ କରିଥିଲେ । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଅମ୍ପାୟରଙ୍କ ସହିତ ରିଭ୍ୟୁ ନେବା ସମୟରେ ଯୁକ୍ତି କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦୁର୍ଘଟଣା ପରେ ଦୀର୍ଘ ୧୪ ମାସ ପରେ ଆଇପିଏଲରେ କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ରିଷଭ ପନ୍ତ । ଏହି ସିଜନରେ ସେ ଦମଦାର ବ୍ୟାଟିଂ ଏବଂ ୱିକେଟ କିପିଂ ଦକ୍ଷତା ଦେଖାଇଛନ୍ତି । କିନ୍ତୁ ଅଧିନାୟକ ଭାବେ ବିଫଳ ହୋଇଛନ୍ତି ।

ଇକାନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପ୍ରଥମେ ବୋଲିଂ କରୁଥିବା ବେଳେ ଚତୁର୍ଥ ଓଭରରେ ଇଶାନ୍ତ ଶର୍ମାଙ୍କ ଚତୁର୍ଥ ବଲକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ବଲ୍ ସାମାନ୍ୟ ଲେଗ୍ ଷ୍ଟମ୍ପରେ ରହିଥିଲା, ଯାହା ଫଳରେ ଦେବଦତ୍ତ ପଡିକ୍କଲ ଏହାକୁ ଖେଳି ପାରି ନଥିଲେ । ତେବେ ଅମ୍ପାୟାର ଏହାକୁ ୱାଇଡ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଏହାକୁ ରିଭ୍ୟୁ ପାଇଁ ଅପିଲ କରିଥିଲେ ଏବଂ ଏହା ଥାର୍ଡ ଅମ୍ପାୟାରଙ୍କ ନିକଟକୁ ଯାଇଥିଲା । ଥାର୍ଡ ଅମ୍ପାୟାର ମଧ୍ୟ ଏହାକୁ ୱାଇଡ ବୋଲି ନିଷ୍ପତ୍ତି ଶୁଣାଇଥିଲେ । କିନ୍ତୁ ଅଧିନାୟକ ପନ୍ତ ଏହି ନିଷ୍ପତ୍ତିରେ ଖୁସି ନଥିଲେ ।

ପନ୍ତ ତୁରନ୍ତ ଅମ୍ପାୟରଙ୍କ ନିକଟକୁ ଯୁକ୍ତି କରିଥିଲେ । ପନ୍ତଙ୍କ କହିବାକଥା ହେଉଛି, ସେ ଡିଆରଏସ ନେବାକୁ କୌଣସି ଇଶାରା କରିନଥିଲେ । ତେବେ ଅମ୍ପାୟର ସହିତ ଯୁକ୍ତି ହେବା ପରେ ରିପ୍ଲେ ଦେଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିରେ ସତ ସାମ୍ନାକୁ ଆସିଥିଲା । ରିଭ୍ୟୁରେ ଦେଖିବାକୁ ମିଳିଥିଲା କି, ୧୫ ସେକେଣ୍ଡ ସମୟ ଭିତରେ ଅମ୍ପାୟରଙ୍କୁ ଡିଆରଏସ ନେବାକୁ ଇଶାରା ଦେଇଥିଲେ, ଯାହାକୁ ପନ୍ତ ପରେ ସ୍ୱୀକାର କରିଥିଲେ ।

ସୂଚନାଯୋଗ୍ୟ, ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଆୟୁସ ବଦୋନି ୫୫ ରନ କରି ଅପରାଜିତ ଥିଲେ । ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.