ଆସନ୍ତାକାଲିଠୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ, ଗୁଟଖା ବ୍ୟାନ

ଆସନ୍ତାକାଲି ଠାରୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ ।  ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁ ଜିନିଷ ବ୍ୟାନ କରାଯାଇଛି l ଭକ୍ତ ମାନଙ୍କୁ ଏପରି ଜିନିଷ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି । 

ସମ୍ବଲପୁର (କେନ୍ୟୁଜ): ଆସନ୍ତାକାଲି ଠାରୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ । ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁ ଜିନିଷ ବ୍ୟାନ କରାଯାଇଛି । ଭକ୍ତ ମାନଙ୍କୁ ଏପରି ଜିନିଷ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି । ସିକ୍ୟୁରିଟି ସଂସ୍ଥା ଦ୍ୱାରା ଭକ୍ତ ମାନଙ୍କୁ ଏନେଇ ସଚେତନ କରାଯିବ । ଯଦି କୌଣସି ବ୍ୟକ୍ତି ଏହି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମଲେଶ୍ୱରୀ ମନ୍ଦିରରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ହେଲେ ମନ୍ଦିର ପରିସର ମଧ୍ୟରେ ପାନ ଗୁଡଖା ଖାଇ ଲୋକେ ଛେପ ପକାଉଥିବାରୁ ମନ୍ଦିରର ପରିବେଶ ଖରାପ ହେବା ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଏହା ସହ ମନ୍ଦିର ଭିତରର ପରିବେଶକୁ ସ୍ୱାସ୍ଥ୍ୟକର ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଣିକି ମନ୍ଦିର ଭିତରକୁ ନେବା ତ ଦୂରର କଥା ଯଦି କୌଣସି ବ୍ୟକ୍ତି ଗୁଡଖା ଖାଇ ଥିବେ ତେବେ ମଧ୍ୟ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.