ଚୋରି କରି ପୁଣି ଏତେ ଲାଜ: ଯୁବକଙ୍କ କାରନାମା ଜାଣିଲେ ମୁଣ୍ଡରେ ହାତ ଦେବେ

ଭେରାଇଟ ଦୋକାନର ପଛ ପାଖ ଭାଙ୍ଗି ଦୋକାନ ଭିତରୁ ଗ୍ରୋସରୀ ଅନ୍ୟାନ୍ୟ ଜିନିଷ ସହିତ ଆଠ ହଜାର ଟଙ୍କା ମଧ୍ୟ ଚୋରି କରି ନେଇ ଯାଇଥିଲା ଏହି ଯୁବକ ।

ଭୁବନେଶ୍ୱର(କେନ୍ୟୁଜ): ଓ ଭାଇ ଟିକେ ରହିଲ ରହିଲ, ଆଜ୍ଞା ଏ କିଏ କି ? ଏମିତି କାହିଁକି ମୁହଁକୁ ହାତରେ ଲୁଚେଇ ଲୁଚେଇ ଯାଉଛି । ଭାଇ ଟିକେ ଆଗକୁ ଦେଖି ଚାଲ ନହେଲେ କୋଉଠି କାହା ସହ ଧକ୍କା ହେବ, ନହେଲେ କୋଉ କାନ୍ଥରେ ଯାଇ ବାଡେଇ ହେବ । ଆରେ ରହିଯାଅ ଭାଇ କାହିଁକି ଏମିତି ହାତରେ ମୁହଁ ଘୋଡାଉଛ କହିଲ । ଆରେ କିଛି କହୁନି ଏଭାଇଟି । ମୁହଁରୁ ଟିକେ ହାତ ବାହାର କଲେ ଲୋକ ଦେଖିବେ ତୁମେ କିଏ ।

ତେବେ ଏଯୁବକ ରାଜି ହେଉନାହିଁ ମୁହଁ ଦେଖାଇବାକୁ । ତେବେ ଆମେ ଜଣାଉଛୁ ଏ ଯୁବକଙ୍କ କାରନାମା କଥା । ପୋଲିସର କହିବା ମୁତାବକ, ଯୁବକ ଜଣକର ନାମ ବିକା ହୋଇଥିଲା ବେଳେ ଡାକ ନାମ ବିକୁ । ଘର ଆଠ ନମ୍ବର ନୀଳ ପାଣିଟାଙ୍କି ବସ୍ତିରେ । ଗତ କିଛି ଦିନ ତଳେ ସେହି ନୀଳ ପାଣିଟାଙ୍କି ବସ୍ତିରେ ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଭେରାଇଟ ଦୋକାନର ପଛ ପାଖ ଭାଙ୍ଗି ଦୋକାନ ଭିତରୁ ଗ୍ରୋସରୀ ଅନ୍ୟାନ୍ୟ ଜିନିଷ ସହିତ ଆଠ ହଜାର ଟଙ୍କା ମଧ୍ୟ ଚୋରି କରି ନେଇ ଯାଇଥିଲା ।

ତେବେ ଏନେଇ ନାରାୟଣ ସାହୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ବିକୁ ଯେହେତୁ ସେହି ନୀଳ ପାଣିଟାଙ୍କି ବସ୍ତିରେ ରହେ ଆଉ ଦୋକାନ ମଧ୍ୟ ସେଇଠି । ବିକୁ ସେ ଦୋକାନ ପାଖରେ ବସା ଉଠା କରେ ତେଣୁ କେମିତି କେତେବେଳେ ଚୋରି କରିବ ସେନେଇ ପୂର୍ବରୁ ପ୍ଲାନ କରିଥିଲା ।

ସୂଚନା ମୁତାବକ, ସୋମବାର ଦିନ ରାତିରେ ଚୋରି କରିବା ପାଇଁ ଯୋଜନା ତାର ସଫଳ ମଧ୍ୟ ହେଲା । ହେଲେ ସବୁ ଠାରୁ ବଡ଼ କଥା ହେଉଛି ଏହି ବିକୁ ଯେଉଁ ସାର୍ଟ ପିନ୍ଧି ଦୋକାନ ଭାଙ୍ଗି ଚୋରି କରିଥିଲା ସେହି ସାର୍ଟରେ ଦୋକାନର ରଙ୍ଗ ସବୁ ବିକୁ ସାର୍ଟ ସାରା ଲାଗିଥିଲା । ଯୋଗକୁ ସେହି ସାର୍ଟ ପିନ୍ଧି ବିକୁ ବାହାରେ ବୁଲୁଥିଲା ।

ଯାହାଫଳରେ ପୋଲିସର ସନ୍ଦେହ ବିକୁ ଉପରକୁ ଯାଇଥିଲା । ପୋଲିସ ବିକୁକୁ ସିଧା ଥାନାକୁ ଧରି ଆଣି ପଚରା ଉଚରା କରିବାରୁ ସବୁ ସତ ମାନିଯାଇଥିଲା ସେ । ଏହାପରେ ପୋଲିସ ବିକୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାପୂବର୍ବରୁ ଡାକ୍ତରୀ ମାଇନା ପାଇଁ ବିକୁକୁ କ୍ୟାପିଟାଲ ମେଡିକାଲ୍ ଅଣାଯାଥିଲା । ସେଠାରେ ବିକୁ ଏମିତି ମୁହଁ ଲଚାଉଥିଲା । ତେବେ ଏମିତି ଚୋରି କରିବ କାହିଁକି ମୁହଁ ଲୁଚାଇବ କାହିଁକି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.