ଫ୍ୟାଶନ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା : ଆନିମଲ ପ୍ରିଣ୍ଟ୍ ଡିଜାଇନ ପାଇଁ ଜଣାଶୁଣା ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ଦେହାନ୍ତ

ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ଟିମ୍‌ ସୋସିଆଲ ମିଡିଆରେ ଏହି ଦୁଃଖର କଥା ସେୟାର କରିଛନ୍ତି । ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାରଙ୍କ ପାଇଁ ଡ୍ରେସ ଡିଜାଇନ୍ କରିଥିବା ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀ ତାଙ୍କର ଆନିମଲ ପ୍ରିଣ୍ଟ୍ ଡିଜାଇନ୍ ପାଇଁ ଜଣାଶୁଣା ।

ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି, ଯାହା ସମସ୍ତ ଷ୍ଟାରଙ୍କୁ ଏକ ବଡ଼ ଝଟକା ଦେଇଛି । ତେବେ ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ଟିମ୍‌ ସୋସିଆଲ ମିଡିଆରେ ଏହି ଦୁଃଖର କଥା ସେୟାର କରିଛନ୍ତି । ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାରଙ୍କ ପାଇଁ ଡ୍ରେସ ଡିଜାଇନ୍ କରିଥିବା ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀ ତାଙ୍କର ଆନିମଲ ପ୍ରିଣ୍ଟ୍ ଡିଜାଇନ୍ ପାଇଁ ଜଣାଶୁଣା । ତେବେ ଇଟାଲୀ ଏଜେନ୍ସି ANSA ରିପୋର୍ଟ ଦେଇଛି, ଯେ ସେ ବହୁତ ଦିନ ହେବ ଅସୁସ୍ଥ ଥିଲେ, କିନ୍ତୁ ଏବେ ଫ୍ଲୋରେନ୍ସରେ ଘରେ ରୋବର୍ଟୋ କ୍ୟାଭଲୀଙ୍କ ଦେହାନ୍ତ ହୋଇଛି ।

ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀ ୧୯୭୦ ଦଶକରେ ତାଙ୍କ କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ଡିଜାଇନ୍‌ର ଡ୍ରେସ୍‌ ବ୍ରିଗିଟ୍ ବାର୍ଡୋଟ୍, ସୋଫିଆ ଲୋରେନ୍, କିମ୍ କରଡାସିୟାନ୍ ଏବଂ ଜେନିଫର୍ ଲୋପେଜ୍ ଏବଂ ଦୀପିକା ପାଦୁକୋନ୍, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗନାଙ୍କ ଭଳି ବଲିଉଡ ଷ୍ଟାରମାନେ ପିନ୍ଧିଛନ୍ତି । ତେବେ ରୋବର୍ଟୋ କ୍ୟାଭଲୀଙ୍କ କ୍ରିଏଟିଭିଟି ଡ଼ାଇରେକ୍ଟର ଫାଉଷ୍ଟୋ ପୁଗଲିସି କହିଛନ୍ତି ଯେ ଡିଜାଇନର୍ ଭଗବାନଙ୍କୁ ସବୁଠାରୁ ବଡ଼ ଡିଜାଇନର୍ ଭାବରେ ଦୁନିଆକୁ ଆଣିଥିଲେ । ସେଥିପାଇଁ ତାଙ୍କର ଆନିମଲ ପ୍ରିଣ୍ଟ ଡିଜାଇନ୍ ସମସ୍ତଙ୍କ ଠାରୁ ଅଲଗା ଥିଲା ।

ରୋବର୍ଟୋ କ୍ୟାଭଲୀଙ୍କ ମ୍ୟାନେଜର ସର୍ଜିଓ ଆଜଜୋଲାରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରୋବର୍ଟୋ କ୍ୟାଭଲୀ କମ୍ପାନୀ ଶ୍ରୀ କାଭାଲୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି, ଆଜି ଆମର ପ୍ରିୟ କ୍ୟାଭଲୀ ଦୁନିଆକୁ ବିଦାୟ ଦେଇଛନ୍ତି, କିନ୍ତୁ ସେ ସବୁବେଳେ ଆମ ସ୍ମୃତିରେ ରହିବେ, ତାଙ୍କ ସହିତ କାମ କରିବା ମୋ ପାଇଁ ଗୌରବର ବିଷୟ ।
‘ରୋବର୍ଟୋ କ୍ୟାଭଲୀଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ପ୍ୟାଚ୍ ୱାର୍କ ବ୍ୟବହାର କରି ନିଜର ଡ୍ରେସ ଡିଜାଇନ୍ ସହିତ ପୋଷାକକୁ ସନ୍ଦର କରୁଥିବା କ୍ୟାଭଲୀ ଜଣେ କଳା ପ୍ରେମୀ ଯିଏ ସବୁ ବେଳେ କଳା ଚଷମା ପିନ୍ଧୁଥିଲେ ଏବଂ ସିଗାରେଟ୍ ଟାଣୁଥିଲେ । ତେବେ କ୍ୟାଭଲୀଙ୍କର ୬ ଜଣ ପିଲା ଟୋମାସୋ, ଖ୍ରୀଷ୍ଟିଆନ, ରୋବର୍ଟ, ରାହୁଲ, ଡାନିଏଲ ଏବଂ ଜର୍ଜିଆଓ ଅଛନ୍ତି । ତାଙ୍କର ଦେହାନ୍ତ ଫ୍ୟାଶନ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଦୁଃଖର ବିଷୟ । ତେବେ ସମସ୍ତ ସେଲିବ୍ରେଟି ‘ରୋବର୍ଟୋ କ୍ୟାଭଲୀଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

 

View this post on Instagram

 

A post shared by Roberto Cavalli (@roberto_cavalli)

You might also like