ମଧ୍ୟପ୍ରଦେଶ : ପୁଣି ବୋରୱେଲରେ ଫସିଲା ୬ ବର୍ଷର ଶିଶୁ, ୧୬ ଘଣ୍ଟା ହେଲାଣି ଚାଲିଛି ଉଦ୍ଧାରକାର୍ଯ୍ୟ

ଉତ୍ତରପ୍ରଦେଶର ରେଓ୍ଵାରେ ବୋରୱେଲଟି ୭୦ ଫୁଟ ଗଭୀର ଥିବା ବେଳେ ପିଲାଟି ୪୦ ଫୁଟ ତଳେ ଫସିଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ଟି ଜେସିବି, କ୍ୟାମେରାମ୍ୟାନ ଟିମ୍, SDRF ଟିମ୍ ନିୟୋଜିତ ରହିଛି । ଅତିରିକ୍ତ ପୋଲିସ ଅଧିକ୍ଷମ ଅନିଲ ସୋନକରଙ୍କ ସୂଚନା ଅନୁଯାୟୀ, ଏକ ପାଇପ୍ ଜରିଆରେ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଉଛି ।

ପୁଣି ବୋରୱେଲରେ ଖସିପଡିଲା ଶିଶୁ । ୪୦ ଫୁଟ ଗଭୀର ବୋରୱେଲରେ ଫସିଛି କଅଁଳ ଜୀବନ । ୬ ପିଲାକୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି । ଉତ୍ତରପ୍ରଦେଶର ରେଓ୍ଵା ଜିଲ୍ଲାର ମାନିକା ଗାଁରେ ଘଟିଛି । ଗତକାଲି ଅପରାହ୍ନ ୩ଟା ସମୟରେ ଖେଳିବା ସମୟରେ ପିଲାଟି ବୋରୱେଲରେ ଖସିପଡିଥିଲା । ପିଲାଟି ଖସିପଡିବା ପରେ ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି ।

ବୋରୱେଲଟି ୭୦ ଫୁଟ ଗଭୀର ଥିବା ବେଳେ ପିଲାଟି ୪୦ ଫୁଟ ତଳେ ଫସିଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ଟି ଜେସିବି, କ୍ୟାମେରାମ୍ୟାନ ଟିମ୍, SDRF ଟିମ୍ ନିୟୋଜିତ ରହିଛି । ଅତିରିକ୍ତ ପୋଲିସ ଅଧିକ୍ଷମ ଅନିଲ ସୋନକରଙ୍କ ସୂଚନା ଅନୁଯାୟୀ, ଏକ ପାଇପ୍ ଜରିଆରେ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଉଛି । ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ବୋରୱେଲ ଭିତରକୁ ସିସିଟିଭି ପଠାଯାଇଛି । କିନ୍ତୁ ବାଟରେ ପ୍ରତିବନ୍ଧକ ହେତୁ ପିଲାଟି ନିକଟରେ କ୍ୟାମେରା ପହଞ୍ଚି ପାରିନି ।

ତେବେ ପିଲାଟି ସାଙ୍ଗମାନଙ୍କ ସହିତ ଗହମ କଟା ହୋଇଥିବା ବିଲରେ ଖେଳୁଥିବା ବେଳେ ବୋରୱେଲ ରେ ଖସିପଡିଥିବା ଜଣାପଡିଛି । ଜିଲ୍ଲାପାଳ ପ୍ରତିଭା ପାଲ୍ ଓ ପୋଲିସ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ପିଲାଟିର ଜୀବନ ରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କର୍ଣ୍ଣାଟକର ଲାଚାୟନ ଗାଁରେ ଘର ପାଖରେ ଖେଳୁଥିବା ସମୟରେ ଦେଢ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡିଛି । ଏହି ବୋରୱେଲ ୧୬ ଫୁଟ୍ ଗଭୀର ଥିବା ଜଣାପଡ଼ିଛି । ତେବେ ଏନ୍ଡିଆରଏଫ୍ ଟିମ୍ ଦ୍ୱାରା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି  ଘଟିଛି ।

ପୋଲିସ କହିବା ମୁତାବକ, ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲା । ୨୧ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଟିମ୍ ।  ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲା । ତେବେ ପିଲାଟି କାନ୍ଧୁଥିବା ଶୁଣି ତୁରନ୍ତ ପରିବାରକୁ ସୂଚନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.