ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ

ପର୍ଯ୍ୟଟକ ଭାବେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ।

ପାଇଲଟ ଗୋପୀଚାନ୍ଦ ଥୋଟାକୁରା ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ପର୍ଯ୍ୟଟକ ଭାବେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନ ର ନ୍ୟୁ ଶେଫର -25 (NS-25) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ । ତେବେ ସେ କେବେ ଯାତ୍ରା କରିବେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ । କିନ୍ତୁ ଖୁବଶୀଘ୍ର ମହାକାଶକୁ ଯାତ୍ରା କରିବାର ତାରିଖ ଘୋଷଣା କରାଯିବ ।

ବ୍ଲୁ ଅରିଜିନ୍ସର ସୂଚନା ଅନୁସାରେ ଗୋପୀ ହେଉଛନ୍ତି ଜଣେ ପାଇଲଟ୍‌ ଏବଂ ଏଭିଏଟର । ସେ ଗାଡ଼ି ଚଳାଇବା ଶିଖିବା ପୂର୍ବରୁ ଫ୍ଲାଇଟ୍‌ ଚଳାଇବା ଶିଖିଥିଲେ । ଗୋପୀ ଏରୋବେଟିକ୍, ସି ବିମାନ, ଗ୍ଲାଇଡର୍ ,ଏକ ଆନ୍ତର୍ଜାତୀୟ ମେଡିକାଲ୍ ଜେଟ୍ ଏବଂ ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି । ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ଯାଇଥିଲେ ।

ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍‌ ୱିଙ୍ଗ କମାଣ୍ଡର ରାକେଶ ଶର୍ମା, ୧୯୮୪ ମସିହାରେ ମହାକାଶରେ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ। କିନ୍ତୁ ବ୍ଲୁ ଅରିଜିନ୍ସ କହିବା ଅନୁସାରେ ଗୋପୀ ବିମାନ ଚାଳକ ଭାବେ ବହୁତ ଭଲ । ସେ ଜଣେ ଭଲ ପାଇଲଟ୍ । ମହାକାଶ ମିଶନ ପାଇଁ ସିଲେକ୍ଟ ହେବା ପରେ ଗୋପୀ ଥୋଟାକୁରା କହିଛନ୍ତି ଯେ ବ୍ଲୁ ଅରିଜିନ୍ ର ଟ୍ୟାଗଲାଇନ୍ ହେଉଛି ‘ପୃଥିବୀର ଲାଭ ପାଇଁ’ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ । ମହାକାଶରେ ଜୀବନ ଖୋଜିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । ମହାକାଶରେ ବଞ୍ଚିବା ସମ୍ଭବ କି ନୁହେଁ ଜାଣିବା ପାଇଁ ସବୁବେଳେ ପ୍ରୟାସ କରାଯାଉଛି ।

ମହାକାଶ ଯାତ୍ରାକୁ ନେଇ ସେ ଆହୁରି କହିଛନ୍ତି ଯେ ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ । ଏହି ଯାତ୍ରାକୁ ସୁଲଭ କରାଯିବା ପାଇଁ ପ୍ରୟାସ କରାଯାଉଛି । ତେବେ ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛାଯାଇଛି । ସେମାନଙ୍କ ମଧ୍ୟରୁ ଗୋପୀନାଥ ଜଣେ ହୋଇଥିବାରୁ ଭାରତବାସୀ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.