ଚୀନ ଉପରେ ଆଉ ଏକ ଡିଜିଟାଲ୍‌ ଷ୍ଟ୍ରାଇକ୍, ବ୍ୟାନ ହେଲା ପବ୍-ଜି ସହ ୧୧୮ ମୋବାଇଲ  ଆପ୍

କେନ୍ୟୁଜ୍(ବ୍ୟୁରୋ): ଚୀନ ଉପରେ ଆଉ ଏକ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ।  ବ୍ୟାନ ହେଲା ଯୁବକ ମାନଙ୍କ ଅତି ଲୋକପ୍ରିୟ ଗେମ୍ ପବ୍-ଜି। ଆଜି ପବ୍-ଜୀ ସହ ୧୧୮ ମୋବାଇଲ  ଆପକୁ ବ୍ୟାନ କରିଛନ୍ତି  କେନ୍ଦ୍ର ସରକାର। ପୂର୍ବରୁ ଟିକଟକ୍ ସହ  ପୂର୍ବରୁ ୧୦୬ଟି ଚୀନ୍‌ ଆପ୍‌ ବ୍ୟାନ କରାଯାଇଥିଲା। ଏବେ ଏହାକୁ ମିଶାଇ ମୋଟ ୨୨୪ଟି ଚୀନ ଆପ୍‌ ବ୍ୟାନ କଲା ଭାରତ।  ସଇବର ସିକ୍ୟୁରିଟି ଦୃଷ୍ଟି କୋଣରୁ  ଏସବୁ ଆପକୁ ବ୍ୟାନ କରାଯାଇଥିବା କେନ୍ଦ୍ର ସରକାର ତରଫରୁ ସୂଚନା ମଳିଛି।ଭାରତରେ ୩ କୋଟିରୁ ଅଧିକ ଲୋକ ପବ୍‌ଜି ବ୍ୟବହାର କରୁଛନ୍ତି। 69A-IT ACT ଅନୁସାରେ ଏହାକୁ ବ୍ୟାନ୍‌ କରାଗଲା।

Leave A Reply

Your email address will not be published.