Below header

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏଟିଏମ୍‌ ଠକେଇ ରୋକିବା ପାଇଁ ବ୍ୟାଙ୍କ ଆରମ୍ଭ କଲା ନୂଆ ସୁବିଧା

କରୋନା ସମୟରେ ବ୍ୟାଙ୍କ ଠକେଇ ମାମଲା କ୍ରମଶଃ ବଢ଼ିବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର କଡ଼ା ନିୟମ ପରେ ବି ବ୍ୟାଙ୍କ ଠକେଇ ବଢ଼ିଚାଲିଛି। ଠକମାନେ ସାଧାରଣ ଲୋକଙ୍କୁ ଠକିବାକୁ କିଛି ନା କିଛି ବାଟ ଖୋଜି ବାହାର କରୁଛନ୍ତି। ଠକେଇକୁ ଦୃଷ୍ଟିରେ ରଖି ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏବେ ନୂଆ ସୁବିଧା ଆରମ୍ଭ କରିଛି। ସୁରକ୍ଷିତ ବ୍ୟାଙ୍କିଙ୍ଗ୍‌ ଉପଲବ୍ଧ କରିବା ପାଇଁ ଏସ୍‌ବିଆଇ ନୂଆ ଏଟିଏମ୍‌ ସର୍ଭିସ୍‌ ଆରମ୍ଭ କରିଛି।

ବ୍ୟାଙ୍କ ଟ୍ଵିଟ୍‌ କରି କହିଛି ଯେ ଯେବେ ବି ବ୍ୟାଙ୍କକୁ ଏଟିଏମ୍‌ରୁ ବାଲାନ୍ସ କିମ୍ବା ମିନି ଷ୍ଟେଟ୍‌ମେଣ୍ଟ ଚେକ୍‌ କରିବାକୁ ନିବେଦନ ମିଳିବ ସେତେବେଳେ ଗ୍ରାହକଙ୍କୁ ଏସ୍‌ଏମଏସ୍‌ ମାଧ୍ୟମରେ ଆଲର୍ଟ କରାଯିବ। ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବାର କାରଣ ହେଉଛି କେବଳ ଗ୍ରାହକ ହିଁ ନିଜ ଆକାଉଣ୍ଟରୁ ଟଙ୍କା ବାହାର କରିପାରିବେ।


ଏଥିସହ ଗ୍ରାହକଙ୍କ ବ୍ୟତୀତ ଯଦି ଆଉ କେହି ଆକାଉଣ୍ଟରୁ ଟଙ୍କା ଉଠାଣ କରେ ତେବେ ସହଜରେ ତାହା ଜାଣି ହେବ ଓ ଠକେଇ ରୋକି ହେବ। ଏସ୍‌ବିଆଇ କହିଛି ଯେ ଯଦି ଆଉ କେହି ନେଣଦେଣ କରୁଥାଏ ତେବେ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ମିଳିବ ଓ ଗ୍ରାହକ ତୁରନ୍ତ ନିଜ ଡେବିଟ୍‌ କାର୍ଡ ବ୍ଲକ୍‌ କରିପାରିବେ।

sbi2

ଏସ୍‌ବିଆଇ ତରଫରୁ କୁହାଯାଇଛି ଯେ ଏସ୍‌ଏମ୍‌ଏସ୍‌ ଆଲର୍ଟ ଓ ମିନିମମ୍‌ ବାଲାନ୍ସ ଚେକ୍‌ କରିବାକୁ ଗ୍ରାହକଙ୍କୁ ଏବେ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହି ସେବା ଏବେ ମାଗଣାରେ ଉପଲବ୍ଧ ହେବ। ଏଥିସହ ବ୍ୟାଙ୍କ କହିଛି ଯେ ଅନାବଶ୍ୟକ ଆପ୍‌ରୁ ମୁକ୍ତି ପାଇବାକୁ ୟୋନେ ଆପ୍‌ ଲୋଡ୍‌ କରିବାକୁ ବ୍ୟାଙ୍କ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.