Below header

ସୋସିଆଲ ମିଡିଆରେ ଖରାପ ଆଚରଣ କରୁଥିବା ଲୋକମାନଙ୍କ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଖରାପ ଆଚରଣ କରୁଥିବା ଲୋକମାନଙ୍କ ଉପରେ ଲାଗିବ ଅଙ୍କୁଶ । ଅଙ୍କୁଶ ଲଗାଇବା ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର କିମ୍ବା ପରିଚୟପତ୍ର ସହିତ ଲିଙ୍କ୍‌ କରିବା ଉପରେ ଆଲୋଚନା କରାଯାଉଛି। ଏହି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ। ଯଦି ଏହି ଯୋଜନା କାର‌୍ୟ୍ୟକାରୀ ହେବ ତେବେ ଆଗାମୀ ଦିନରେ ଫେସବୁକ୍ ଓ ଟ୍ବିଟର୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଆକାଉଣ୍ଟ୍‌ ସହିତ ଫୋନ୍ ନମ୍ବର ଲିଙ୍କ୍‌ କରିବା ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ । ବର୍ତ୍ତମାନ ସୋସିଆଲ ମିଡିଆରେ କେତେକ ବ୍ୟକ୍ତି ନିଜ ପରିଚୟକୁ ଗୋପନ ରଖି ଅପ୍ରୀତିକର ବ୍ୟବହାର କରୁଛନ୍ତି। ସେହି ଲୋକମାନଙ୍କ ଉପରେ ନଜର ରଖିବାକୁ ସରକାର ଏହି ଯୋଜନା ପ୍ରସ୍ତୁତ କରୁଛନ୍ତି। ସାରା ବିଶ୍ବରେ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଭେରିଫିକେସନକୁ ନେଇ କ’ଣ ସବୁ ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.