ସବୁ ସଫଳ ପୁରୁଷଙ୍କ ପଛରେ ଥାଏ ଜଣେ ନାରୀଙ୍କ ହାତ , ଜାଣନ୍ତୁ ୟୁପିଏସସି ଟପ୍ପର କନିଷ୍କ କଟାରିଆଙ୍କ ସଫଳତା ପଛରେ ଥିବା ନାରୀ କିଏ?

ୟୁପିଏସସି ପକ୍ଷରୁ ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ବିଜ୍ଞାନ ଆଣ୍ଡ ଇଞ୍ଜିନିୟରିଂ ବିଷୟରେ ବିଟେକ୍ ଡିଗ୍ରି ହାସଲ କରିଥିବା ରାଜସ୍ଥାନର କନିଷ୍କ କଟାରିଆ ଟପ୍ପର ହୋଇଛନ୍ତି। ସେ ନିଜର ସଫଳତାକୁ ନେଇ କହିଛନ୍ତି କି’ଏହା ବହୁତ ଆଶ୍ଚର୍ଯ୍ୟଜନକ । ମୁଁ କେବେ ପ୍ରଥମ ସ୍ଥାନ ପାଇବାର ଆଶା ରଖିନଥିଲି । ମୁଁ ମୋ ମା’ ବାପା ଭଉଣୀ ଏବଂ ମୋ ପ୍ରେମିକାଙ୍କ ନୈତିକ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଲୋକମାନେ ମୋ ଠାରୁ ଏକ ଭଲ ପ୍ରଶାସକ ହେବା ନେଇ ଆଶା କରିବେ ଏବଂ ଏହା ହିଁ ମୁଁ ଚାହୁଁଛି।’


ଏହି ଆଧାରରେ ଆଇଏଏସ୍,ଆଇଏଫଏସ୍,ଆଇପିଏସ୍ ଏବଂ ଅନ୍ୟ କେନ୍ଦ୍ରୀୟ ସେବା ଗୁଡିକ ପାଇଁ ଚୟନ କରାଯାଇଛି । ମହିଳାମାନଙ୍କ ମଧ୍ୟରୁ ଭୋପାଳର ସୃଷ୍ଟି ସଞ୍ଜୟ ଦେଶମୁଖ ପ୍ରଥଢ଼ ସ୍ଥାନ ହାସିଲ କରିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ସୂଚୀରେ ତାଙ୍କ ସ୍ଥାନ ପଞ୍ଚମରେ ରହିଛି । ୟୁପିଏସସି ସୂଚନା ମୁତାବକ ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଏଥର ସଫଳତା ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୭୭ ଜଣ ପୁଅ ଥିବାବେଳେ ୧୮୨ ଜଣ ଝିଅ ଅଛନ୍ତି। ୭୫୯ ଜଣ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬୧ ଜଣ ସାଧାରଣ ବର୍ଗର ହୋଇଥିବାବେଳେ ଓବିସି ବର୍ଗର ୨୦୯ ଜଣ, ତଫସିଲଭୁକ୍ତ ଜାତି ବର୍ଗର ୧୨୮ଜଣ, ତଫସିଲଭୁକ୍ତ ଜନଜାତି ବର୍ଗର ୬୧ ଜଣ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.