ଚଳିତ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷା‌ରେ ଓଡିଶାରୁ କୃତିତ୍ବ ଅର୍ଜନ କରିଛନ୍ତି ଏହି ଛାତ୍ରଛାତ୍ରୀ

ଚଳିତ ବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି ଓଡିଶାର ବହୁ ଛାତ୍ର ଛାତ୍ରୀ। ସେମାନଙ୍କ ମଧ୍ଯରେ ଅଛନ୍ତି ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହର ଛାତ୍ର ନବଲ କିଶୋର ଜୈନ । ସେ ୩୫୦ ସ୍ଥାନରେ ଉତିର୍ଣ୍ଣ ହୋଇଥିବା ସୂଚନା ମିଳିଛି।

nabalଏହା ସହିତ ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜୋକେଇ ଗାଁର ଶିକ୍ଷକ ବିପିନ ବିହାରୀ ବାରିକ୍‌ ଓ ଶିକ୍ଷୟିତ୍ରୀ ନଳିନୀ ବାରିକଙ୍କ ଝିଅ ସୋମାଲିନ୍‌ ଶୁଭଦର୍ଶିନୀ ସିଭିଲ୍ ସର୍ଭିସ୍‌ ପରୀକ୍ଷାର ୪୭୮ ସ୍ଥାନରେ ରହିଛନ୍ତି । ୨୦୧୭ରେ ଓଏଏସ୍‌ରେ କୃତିତ୍ବ ହାସଲ କରିଥିବା ସୋମାଲିନ୍‌ ତାଙ୍କ ସଫଳତାରେ ବହୁତ ଖୁସି ଥିବା କହିଛନ୍ତି। ସେ କହିଛନ୍ତି ଯେଉଁ ସ୍ବପ୍ନ ନେଇ ସେ ଏହି ଅଭିଯାନ ଆରମ୍ଭ କରିଥିଲେ ତାହାର ପ୍ରକୃତ ଅର୍ଥ ଦେବା ପାଇଁ ସମୟ ଆସିଛି।

somaliniଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମହତାବ ହାଇସ୍କୁଲରେ ଦଶମ ପାସ୍ କରିବା ପରେ ସେ ବିଜେବି ଜୁନିୟର କଲେଜରୁ ଯୁକ୍ତ୨ ଶିକ୍ଷା କରିଥିଲେ। ଇଞ୍ଜିନିୟରିଂ ସରିବା ପରେ ଟିସିଏସ୍‌ରେ କାମ କରୁଥିଲେ। ଏହାସହିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ଦିଲ୍ଲୀରେ କୋଚିଂ ନେଉଥିଲେ। ସେ କହିଛନ୍ତି ଆଗକୁ ଓଡ଼ିଶା କି ଦେଶର ଯେଉଁ ସ୍ଥାନରେ ସୁଯୋଗ ମିଳିବ ସେ କାମ କରିବେ । ସେ ନିଜ ସଫଳତାର ଶ୍ରେୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ନିଜ ବାପା, ମା, ସାଙ୍ଗ, ଶିକ୍ଷକଙ୍କୁ ଦେଇଛନ୍ତି।

ତେବେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ୧୧୯ତମ ସ୍ଥାନରେ ରହିଛନ୍ତି ଭୁବନେଶ୍ବର ଉପାସନା ମହାପାତ୍ର। ସେ ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର ଓ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ କନ୍ୟା । ଲୋୟଲା ସ୍କୁଲରୁ ଦଶମରେ ୯୬ ପ୍ରତିଶତ ମାର୍କ ରଖି ସେ ସ୍କୁଲରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୟୁନିଟ୍‌-୮ ଡିଏଭିରୁ ଦ୍ବାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରଣ୍ଡା ହାଉସ୍‌ରେ ଯୋଗଦେଇଥିଲେ। ସେଠାରୁ ସେ ଫିଜିକ୍ସରେ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିବା ସହ ୯୧.୩ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର୍‌ ହୋଇଥିଲେ।

upasanaସେହିପରି ଏହି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ବାଜିମାତ୍‌ କରିଛନ୍ତି। ୬୦ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ଛାତ୍ରୀ ଅନ୍ୟା ଦାଶ । ପୂର୍ବରୁ ୨୦୧୬ରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ହାସଲ କରିବା ସହ ୫୭୯ତମ ସ୍ଥାନରେ ରହିଥିଲେ ଅନ୍ୟା । ଜଗତ୍‌ସିଂହପୁର ଜିଲ୍ଲା ତୋଟାପଡ଼ା ଗ୍ରାମରେ ସାହିତ୍ୟିକ ଇନ୍ଦୁଭୂଷଣ ଭୂୟାଁ ଓ ଗୃହିଣୀ ସୀମା ଦାଶଙ୍କ ସୁକନ୍ୟା ଅନ୍ୟା ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି।

anyaଓଡ଼ିଶାରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା :

ସୌମ୍ୟରଞ୍ଜନ ରାଉତ- ୧୧୮ତମ ସ୍ଥାନ

ଉପାସନା ମହାପାତ୍ର- ୧୧୯ତମ ସ୍ଥାନ

ଜୁବିନ ମହାପାତ୍ର -୨୩୫ତମ ସ୍ଥାନ

ନବଲ ଜୈନ -୩୫୦ତମ ସ୍ଥାନ

ସୌରଭ ମିଶ୍ର -୩୫୭ତମ ସ୍ଥାନ

ପ୍ରଶାନ୍ତ ମିଶ୍ର -୩୬୭ତମ ସ୍ଥାନ

ଶୁଭେନ୍ଦୁ ପାତ୍ର -୪୫୭ତମ ସ୍ଥାନ

ସୋମାଲିନ୍‌ ଶୁଭଦର୍ଶିନୀ- ୪୭୮ତମ ସ୍ଥାନ

ସୁଧାଂଶୁ ନାୟକ -୫୦୦ତମ ସ୍ଥାନ

ଦୀପକ କୁମାର ମିଶ୍ର- ୫୧୧ତମ ସ୍ଥାନ

ସଞ୍ଜୟ ସାହୁ- ୫୨୬ତମ ସ୍ଥାନ

ଦେବରାଜ ଦାସ- ୫୨୯ତମ ସ୍ଥାନ

ସିଦ୍ଧାର୍ଥ ଗୌତମ -୫୩୮ତମ ସ୍ଥାନ

ରାକେଶ କୁମାର ସାହୁ -୬୨୭ତମ ସ୍ଥାନ

ବିଭୂତି ଭୂଷଣ ନାୟକ -୭୫୯ତମ ସ୍ଥାନ

ଏମାନଙ୍କ ବ୍ୟତୀତ ଆଉ କେତେ ଛାତ୍ରଛାତ୍ରୀ ମଧ୍ୟ ସଫଳତା ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.