Below header

ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ମଝିରେ ଆଉ ଚାରି ଦିନ; ରୋଡ୍‌ ସୋ, ପଦଯାତ୍ରା ସହ ଡୋର୍‌ ଟୁ ଡୋର୍‌ ବୁଲି ଚାଲିଛି କ୍ୟାମ୍ପେନ୍‌

କେନ୍ୟୁଜ୍ : ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ସାରା ରାଜ୍ୟ । ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତାଦାନ ହେବ । କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଲୋକସଭା ଆସନ ସମେତ ଏହି ଅଧିନରେ ଆସୁଥିବା ବିଧାନସଭା ଆସନରେ ମତଦାନ ହେବ । ତାରିଖ ଯେତିକି ପାଖଉଛି, ହାଇଭୋଲଟେଜ୍‌ ପ୍ରଚାରକୁ ବଢ଼ାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଏବେ ଦୁଲୁକୁଛି । କର୍ମୀଙ୍କ ସହ ଶୋଭାଯାତ୍ରାରେ ବୁଲୁଛନ୍ତି ପ୍ରାର୍ଥୀ । କମ୍ପୁଛି ସହରର ଗଳି କନ୍ଦି । ଗାଁଦାଣ୍ଡ ବି ହୁଲୁସ୍ତୁଲ । ଭୋଟରଙ୍କ ପାଖକୁ ଯାଉଛନ୍ତି ପ୍ରାର୍ଥୀ । ଦଳ ଓ ନିଜ ସପକ୍ଷରେ ଯୋଗାଡ଼ କରୁଛନ୍ତି ସମର୍ଥନ । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ସିଟର ବିଜେଡି ପ୍ରାର୍ଥୀ ପ୍ରଚାର ମୈଦାନରେ ଦମ୍‌ ଦେଖାଉଛନ୍ତି ।ରାଜନୈତିକ ଉଷ୍ଣତା ଭିତରେ ବଢୁଛି କଂଗ୍ରେସର ନିର୍ବାଚନୀ ରଣନୀତି । ଟିକେଟ ପାଇଥିବା ପ୍ରାର୍ଥୀ ଏବେ ନିର୍ବାଚନୀ ପ୍ରଚାର ପାଇଁ ମୈଦାନରେ । ସେପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରଚାର ଚାଲିଛି । ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ବାଇକ୍‌ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.