NCL ରେ ଖାଲିପଡିଛି ୧୫୦୦ ପଦବୀ, ୮ମ ଏବଂ ୧୦ମ୍‌ ପାସ୍‌ ଜଲଦି କରନ୍ତୁ ଆବେଦନ

NCL ରେ ଖାଲିପଡିଛି ଅନେକ ପଦବୀ। ନର୍ଦନ କୋଲଫିଲ୍ଡସ ଲିମିଟେଡ୍‌ରେ ଅନେକ ପଦବୀରେ ବମ୍ପର ନିଯୁକ୍ତି ଚାଲିଛି। ଏଠାରେ ଆପରେଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯଦି ଆପଣ ଏହି ପଦବୀରେ ଚାକିରି କରିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ହାତରେ ଆଉ ମାତ୍ର ଗୋଟିଏ ଦିନ। ଜଲଦି ଆବେଦନ କରନ୍ତୁ।

ପଦବୀ :

ଆପରେଣ୍ଟିସ : ୧୫୦୦

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍‌ କିମ୍ବା ୧୦ମ ପାସ୍‌ ହୋଇଥିବା ଆବଶ୍ୟକ। ଏହାଛଡା କୌଣସି ଟ୍ରେଡରୁ ଆଇଆଇଟି ପାସ୍‌ କରିଥିବା ବାଧ୍ୟତାମୂଳକ। ଅଧିକ ବିବରଣୀ ପାଇଁ www.nclcil.in କୁ ଯାଇ ନୋଟିଫିକେସନ ଦେଖିପାରିବେ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୬ ଏବଂ ସର୍ବାଧିକ ୨୪ ବର୍ଷ ହୋଇଥିବା ଆବଶ୍ୟକ।

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରାତି ୧୨ଟା ରହିଛି।
ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ମେରିଟ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.