ଚିକିତ୍ସା ପାଇଁ ଯିବା ପୂର୍ବରୁ ‘ସଡ଼କ ୨’ର ସବୁ କାମ ସାରିବେ ସଞ୍ଜୟ ଦତ୍ତ

ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନ୍‌ସର ସହ ଲଢ଼ୁଛନ୍ତି। ସେ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା କିଛି ଦିନ ହେଲା ଜଣାପଡ଼ିଛି। ତେବେ ଚିକିତ୍ସା ପୂର୍ବରୁ ଯିବା ପୂର୍ବରୁ ସେ ନିଜ ଆଗାମୀ ଫିଲ୍ମ ‘ସଡ଼କ ୨’ର ଡବିଂ କାମ ସାରିବାକୁ ଚାହୁଁଛନ୍ତି। ତାଙ୍କର ଜଣେ ନିକଟତମ ବନ୍ଧୁ ଏହି ସୂଚନା ଦେବା ଅବସରରେ କହିଛନ୍ତି ସଞ୍ଜୟ ନିଜ ଚିକିତ୍ସା ପାଇଁ ବ୍ରେକ୍‌ ନେବା ପୂର୍ବରୁ ସଡ଼କ ୨ର ଡବିଂ କାମ ଆସନ୍ତା ସପ୍ତାହ ମଧ୍ୟରେ ଶେଷ କରିବେ।

ତେବେ ସଞ୍ଜୟଙ୍କ ରୋଗ ବିଷୟରେ ଜଣାପଡ଼ିବା ପରେ ଲୋକମାନେ ଯେଉଁଭଳି ଭାବେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି ତାହା ଦେଖି ସେ ବେଶ୍‌ ଖୁସି ଅଛନ୍ତି। ଫ୍ୟାନ୍‌ଙ୍କ ଭଲ ପାଇବା ପ୍ରତି ବଦଳରେ ସେ ନିଜ କାମକୁ ପୂରା କରିବେ। ଏହା ତାଙ୍କୁ ଉତ୍ସାହିତ କରିଛି ବୋଲି ସଞ୍ଜୟ କହିଛନ୍ତି।

sanjay

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ନିଃଶ୍ୱାସ ନେବାରେ ସମସ୍ୟା ହେବା ଓ ଛାତିରେ ଯନ୍ତ୍ରଣା ହେବାରୁ ସଞ୍ଜୟ ଦତ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୧ ତାରିଖରେ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ବ୍ରେକ୍‌ ନେବାକୁ ପରାମର୍ଶ ଦେଇଥିଲେ। ସଞ୍ଜୟ ଏବେ ଫୁସ୍‌ଫୁସ୍‌ କ୍ୟାନ୍‌ସର ସହ ଲଢ଼ୁଛନ୍ତି। ତାଙ୍କୁ ଚତୁର୍ଥ ଷ୍ଟେଜ୍‌ କ୍ୟାନ୍ସର ହୋଇଥିବା ମେଡିକାଲ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.