NCL ରେ ଖାଲିପଡ଼ିଛି ୧୨୯୫ ପଦବୀ, ଆବେଦନ କରିବାର ଶେଷ ତାରିଖ ଆଜି

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର ଏକ ବଡ଼ ସମସ୍ୟା ହେଉଛି ବେକାରୀ ସମସ୍ୟା। ଉଚ୍ଚ ଶିକ୍ଷା ଲାଭ କରିଥିଲେ ମଧ୍ୟ ଯୁବପିଢ଼ିଙ୍କୁ ଏବେ ମନ ଲାଖି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନର୍ଥନ୍‌ କୋଲଫିଲ୍ଡସ୍‌ ଲିମିଟେଡ୍‌ (NCL) ରେ ଖାଲି ପଡ଼ିଛି ୧୨୯୫ଟି ପଦବୀ। Northern Coalfields Limited ପକ୍ଷରୁ ଅପରେଣ୍ଟିସ୍‌ ପଦ ପାଇଁ ଆବେଦନ ମଗାଯାଇଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ହିଁ ରହିଛି। ଇଚ୍ଛୁକ ପ୍ରାର୍ଥୀ ଆଜି ଅର୍ଥାତ୍‌ ୨୦ ଡିସେମ୍ବର ଯାଏଁ ଆବେଦନ କରିପାରିବେ। ଆଜି ପରଠାରୁ ଆପ୍ଲିକେସନ୍‌ ଫର୍ମକୁ ୱେବ୍‌ସାଇଟ୍‌ରୁ ହଟାଇ ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ nclcil.in କୁ ଯାଇ ଆବେଦନ କରିପାରିବେ।

କେମିତି କରିବେ ଆବେଦନ:

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ nclcil.in କୁ ଯାଆନ୍ତୁ।

ଏଠାରେ ରିକ୍ରୁଇଟ୍‌ମେଣ୍ଟ ସେକ୍ସନ୍‌ରେ ଆପଣଙ୍କୁ Apprenticeship Training ର ଲିଙ୍କ୍‌ ନଜର ଆସିବ। ଏହା ଉପରେ କ୍ଲିକ୍‌ କରନ୍ତୁ।

ଏବେ Northern Coalfield Limited (NCL) Apprentice Online Form 2021 କୁ ଯାଆନ୍ତୁ।

ଏହା ପରେ ନିଜ ମୋବାଇଲ ନମ୍ବର ଓ ଇମେଲ ସାହାଯ୍ୟରେ ରେଜିଷ୍ଟ୍ରେସନ୍‌ କରନ୍ତୁ ଓ ରେଜିଷ୍ଟ୍ରେସନ୍‌ ପରେ ଆପ୍ଲିକେସନ୍‌ ଫର୍ମ ପୂରଣ କରନ୍ତୁ।

ଯୋଗ୍ୟତା ଓ ବୟସ ସୀମା:

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୬ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର। ସେହିପରି ସଂରକ୍ଷିତ ବର୍ଗଙ୍କୁ ବୟସରେ କିଛି ଛାଡ଼ କରାଯାଉଛି।

ଯୋଗ୍ୟତା:

ୱେଲ୍ଡର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍‌ ଓ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ। ଇଲେକ୍ଟ୍ରିସିଆନ୍‌ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ୧୦ମ ଓ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ। ଏହି ପଦ ପାଇଁ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ବୋର୍ଡର ଛାତ୍ରଛାତ୍ରୀ ହିଁ କେବଳ ଆବେଦନ କରିପାରିବେ। ସେହିପରି ଫିଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ୧୦ମ ପାସ୍‌ ଓ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.