Below header

ନ୍ଯୁ ଇଣ୍ଡିଆ ଇସ୍ଯୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ୩୦୦ରୁ ଅଧିକ ପଦବୀ ପଡିଛି ଖାଲି, ଏଠାରେ କରନ୍ତୁ ଆବେଦନ

ନ୍ଯୁ ଇଣ୍ଡିଆ ଇସ୍ଯୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ୩୦୦ରୁ ଅଧିକ ପଦବୀରେ ଭର୍ତ୍ତି କରାଯାଉଛି। ଏଥିପାଇଁ ଅଫିସିଆଲ ୱେବସାଇଟର ନୋଟିଫିକେସନ ମଧ୍ୟ ଜାରି କରାଯାଇଛି। ଯେଉଁମାନେ ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ବିଭାଗର ଅଫିସିଆଲ ୱେବସାଇଟ www.newindia.co.in କୁ ଯାଇ ଆବେଦନ କରିପାରିବେ। ଆବେଦନର ସଂପୂର୍ଣ୍ଣ ବିବରଣୀ ଅଫିସିଆଲ ୱେବସାଇଟରେ ଦିଆଯାଇଛି।

ଶିକ୍ଷାଗତ ଯୋଗ୍ଯତା: କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ୬୦ ପ୍ରତିଶତ ମାର୍କ ସହିତ ବ୍ଯାଚଲର କିମ୍ବା ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିବା ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ଅତିକମରେ ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ୍ ହେବା ଜରୁରୀ। ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ରହିଛି। ଆଡମିନିଷ୍ଟ୍ରେସନ ଅଫିସର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହେବ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ ନ୍ଯୁ ଇଣ୍ଡିଆ ଇସ୍ଯୁରାନ୍ସ କମ୍ପାନୀ ଲିମିଟେଡ୍ର ଅଫିସିଆଲ ୱେବସାଇଟ www.newindia.co.in କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.