ଅଗଷ୍ଟ ୩୧ରୁ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ, ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ହେବ କ୍ଲାସ

ଦେଶରେ କରୋନା ମାମଲା ସାମାନ୍ଯ କମ୍ ଦେଖିବାକୁ ମିଳିଛି। କିନ୍ତୁ ଏହା ମଧ୍ୟରେ ୩ୟ ଲହର ଆସିଗଲାଣି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଅଗଷ୍ଟ ୩୧ ଠାରୁ କରୋନା କଟକଣା ମଧ୍ୟରେ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ। ନବମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ନବୋଦୟ ବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରେଣୀ କକ୍ଷରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସ୍ କରାଯିବ।

ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଏସଓପି ଅନୁଯାୟୀ ବିଦ୍ୟାଳୟ ଖୋଲିବ।

ଅଗଷ୍ଟ ୩୧ ଠାରୁ ଜବାହାର ନବୋଦୟ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଯାଉଛି। ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ କ୍ଲାସ୍ ରୁମ୍‌ରେ କ୍ଲାସ୍ କରିବେ। ହଷ୍ଟେଲ୍ ଗୁଡ଼ିକ ମଧ୍ୟ ଖୋଲାଯିବ। ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଏହା ସହ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଛାତ୍ରଛାତ୍ରୀଙ୍କର ମାନସିକ ଏବଂ ଶାରିରୀକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ କାଉନସିଲିଂର ବ୍ୟବସ୍ଥା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.