Below header

ଅଭିନେତା ବବି ମିଶ୍ରଙ୍କ ନାରେ ଥାନାରେ ଅଭିଯୋଗ କଲେ ପଡୋଶୀ, ମଦ ପିଇ ହେଉଛନ୍ତି ଉତ୍ପାତ!

ଭୁବନେଶ୍ବର(କେନ୍ଯୁଜ୍): ଅଭିନେତା ବବି ମିଶ୍ରଙ୍କ ନାରେ ଥାନାରେ ଅଭିଯୋଗ । ଅଭିଯୋଗ ପରେ ଥାନାକୁ ଡାକି ପଚରା ଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ୍ । ସୂଚନା ଅନୁଯାୟୀ, ମଦ ପିଇ ପଡୋଶୀଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରୁଥିବା ନେଇ ଅଭିଯୋଗ ହୋଇଛି  । ଏନେଇ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତି ପଡୋଶୀ ।

ଗାଡି ପାର୍କିଂ କୁ ନେଇ ପଡୋଶୀ ଓ ତାଙ୍କ ଭିତରେ ଗତକାଲି ଝଗଡା ହୋଇଥିଲା । ପଡୋଶୀଙ୍କ ଅଭିଯୋଗ, ବବିଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢୁଛି। ପ୍ରତ୍ୟକ ଦିନ ଏଭଳି ସମସ୍ୟା ଦେଖା ଦେଉଛି । ବବିଙ୍କ ସହ ତାଙ୍କ ସହଯୋଗୀ ମାନେ ମଧ୍ଯ ଉତ୍ପାତ କରୁଥିବା ଅଭିଯୋଗ କରିଛନ୍ତି ପଡୋଶୀ ।

ଏପରିକି ଅଭିଯୋଗ କଲେ ଜୀବନରୁ ମାରିବା ପାଇଁ ଧମକ ଦେବା ସହ ଗୁଣ୍ଡା ଡକାଇ କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଏହି ଘଟଣାରେ ଏଯାଏ ବବିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.