ନୂଆ ଟ୍ରାଫିକ ରୁଲ ଭାଙ୍ଗିଲେ ଚାଳକ ଭରିବେ ସିଧା ୪୦ ହଜାର ଟଙ୍କା, ନିୟମ ଜାଣି ଆଗୁଆ ସତର୍କ ରୁହନ୍ତୁ

ରାସ୍ତାରେ ଗାଡ଼ି ଚଲାଇବାର ଅନେକ ନିୟମ ରହିଛି। ଯାହା ଆମ ସୁରକ୍ଷା ପାଇଁ ତିଆରି କରାଯାଇଛି। ଯଦି ସେହି ନିୟମକୁ କେହି ବି ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜକୁ ବିପଦରେ ପକାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ବିପଦରେ ପଡ଼ନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ ପାଳନ କରିବା ପାଇଁ କୁହାଯାଇଛି।

ରାସ୍ତାରେ ଚାଲିବା ଏକ ବହୁତ ବଡ଼ ଦାୟିତ୍ୱର କାମ ଆଉ ତାଠୁ ଅଧିକ ଦାୟିତ୍ୱର କାମ ହେଉଛି ରାସ୍ତାରେ ଚଲାଉଥିବା ଗାଡ଼ି ଚାଳକଙ୍କ.. ଯେଉଁମାନେ ମୋଟର ଭେଇକିଲ ଚଲାଉଛନ୍ତି ସେମାନେ ଏଥିପାଇଁ ଅଧିକ ଦାୟିତ୍ୱବାନ ହେବା ଉଚିତ। ପ୍ରତ୍ୟେକ ଗାଡ଼ି ଚାଳକଙ୍କୁ ଏଥିପାଇଁ ସବୁବେଳେ ସତର୍କ କରାଯାଏ। ଏହାଦ୍ୱାରା ଏକ ସୁରକ୍ଷିତ ଟ୍ରାଫିକ ଏନଭାଇରୋମେଣ୍ଟ ସୃଷ୍ଟି ହୋଇପାରିବ। ଏମିତିରେ ତ ଟ୍ରାଫିକ କୁ ନେଇ ଅନେକ ରୁଲ୍ସ ରହିଛି। ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଏହି ରୁଲ କୁ କଡ଼ା କଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ଯଦି ଆପଣ ଟିକେ ଭୁଳ କରନ୍ତି ତେବେ ଏକାଥରକେ ୪୦ ହଜାର ଟଙ୍କାର ଦଣ୍ଡ ଭୋଗିବେ। ଅନେକ ଅମାନିଆ ଅଛନ୍ତି ଯେଉଁମାନେ ଟ୍ରାଫିକ ରୁଲ କୁ ଭାଙ୍ଗିଥାନ୍ତି। ସେମାନଙ୍କୁ ଏଥିପାଇଁ ଡ଼ର ନଥାଏ। ଏଭଳି ଲୋକ ଅଧିକ ସତର୍କ ରହିବା ଜରୁରୀ। କାରଣ ଏବେ ରୁଲ ଭାଙ୍ଗିଲେ ସିଧା ଜେଲ ଯିବେ। ଆଉ ଫାଇନ ଆମାଉଣ୍ଟ ମଧ୍ୟ ବହୁତ ଅଧିକ ରହିବ। ଯଦି ଆପଣ ଏକାଥରକେ ଅନେକ ନିୟମ ଭାଙ୍ଗୁଥାନ୍ତି ତେବେ ବଡ଼ ଧରଣର ଫାଇନ ଆପଣ ଭାରିବାକୁ ବାଧ୍ୟ ହେବେ। ନହେଲେ ଜେଲ ଯିବେ।

ଯଦି ଆପଣଙ୍କ ପାଖରେ ପଲ୍ୟୁସନ ସାର୍ଟିଫିକେଟ ନାହିଁ, ଡ୍ରାଇଭିଂ ଲାଇସେନ୍ସର ଭାଲିଡିଟି ସରିଯାଇଛି ଏହାସହିତ ଆପଣ ମଦ ନିଶାରେ ଗାଡ଼ି ଚଲାଉଥିଲେ ଆଉ ଗାଡ଼ିର ଇନସୁରାନ୍ସ ଆପଣଙ୍କ ପାଖରେ ନଥିଲେ ଦଣ୍ଡ ଭୋଗିବା ସୁନିଶ୍ଚିତ। ପୋଲିସ ଆସି ଆପଣଙ୍କ ଗାଡ଼ିକୁ ଜବତ କରିବା ସହିତ ନିୟମ ଉଲଘଂନ ପାଇଁ ଫାଇନ ଚାର୍ଜ କରିବ।

ମଦନିଶାରେ ଗାଡ଼ି ଚଲାଉଥିଲେ ଆପଣ ୧୫ହଜାର ଟଙ୍କାର ଚାଲାଣ ଭରିବେ। ସେହିପରି ଡିଏଲର ଭାଲିଡିଟି ନଥିଲେ ୧୦ ହଜାର ଟଙ୍କା ଦେବେ। ପଲ୍ୟୁସନ ସାର୍ଟିଫିକେଟ ନଥିଲେ ୧୦ହଜାର ଟଙ୍କା ଦେବେ। ବିନା ଲାଇସେନ୍ସରେ ଗାଡ଼ି ଚଲାଇଲେ ୪ହଜାର ଟଙ୍କା ଦେବେ। ଏହାକୁ ଯଦି ମିଶାଯାଏ ତେବେ ମୋଟ ୩୯ ହଜାର ଟଙ୍କାର ବଡ଼ ଧରଣର ଫାଇନ ଭରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.