ତିନୋଟି ବ୍ଯାଙ୍କରେ ବଢ଼ିଲା ସୁଧହାର, ଘର, ଗାଡ଼ି ଏବଂ ଅନ୍ଯାନ୍ଯ ଲୋନରେ ବଢ଼ିବ ଇଏମଆଇ

ନୂଆଦିଲ୍ଲୀ : ଦେଶର ତିନୋଟି ବଡ଼ ବ୍ଯାଙ୍କ ଟେଷ୍ଟ ବ୍ଯାଙ୍କ ଅଫ ଇଣ୍ଡିଆ (ଏସବିଆଇ), ଆଇସିଆଇସିଆଇ ଏବଂ ଏଚଡ଼ିଏଫସି ନିଜର ସୁଧରେ ମୂଲ୍ଯ ବଢ଼ାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସବିଆଇ ସୁଧହାରରେ ୦.୫ ପ୍ରତିଶତ, ଆଇସିଆଇସିଆଇ ୦.୧୦ ପ୍ରତିଶତ ଏବଂ ଏଚଡ଼ିଏଫସି ୦.୧୦ ବଢ଼ାଯାଇଛି। ଏହି ବ୍ଯାଙ୍କ ଗୁଡ଼ିକ ଭାରତୀୟ ରିଜର୍ଭ ବ୍ଯାଙ୍କରେ  ମୋଦ୍ରିକ ନୀତିର ସମୀକ୍ଷା କରିବା ପୂର୍ବ ସୁଧହାରରେ ପରିବର୍ତ୍ତନ କରିଛି। ଏହି ସୁଧହାର ବଢ଼ିବା ଦ୍ବାରା ଘର, ଗାଡ଼ି ଏବଂ ଅନ୍ଯ ବିଭିନ୍ନ ଲୋନରେ ଇଏମଆଇ ବଢ଼ିଛି।

money1

ଉଲ୍ଲେଖଯୋଗ୍ଯ କି, ଅଗଷ୍ଟ ମାସରେ ମୁଦ୍ରା ନିତି ସମିତ(ଏମପିସି) ତୁରନ୍ତ ବନ୍ଦ ହେବା ପରେ ଏଚଡ଼ିଏଫ୍ ବ୍ଯାଙ୍କ ହୋମ ଲୋନରେ ନିଜର ସୁଧହାରରେ ୨୦ ପ୍ରତିଶତର ବଢ଼ାଇଥିଲେ। ଚତୁର୍ଥ ଦ୍ବିମାସିକ ନିତିରେ ନିର୍ଣ୍ଣୟ ନେବା ପାଇଁ ମୁଦ୍ରା ନିତି ସମିତି ଅକ୍ଟୋବରରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ସେହିପରି ଆରବିଆଇ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟରେ ୨୫ଅଙ୍କ ଅଧାରରେ ଅର୍ଥତ ୦.୨୫ ପ୍ରତିଶତ ବଢ଼ିବା। ଏହାର ମୁଖ୍ଯ କାରଣ ମହଙ୍ଗା କଞ୍ଚ ତେଲ ଏବଂ ଡ଼ାଲର ତୁଳନାରେ ଟଙ୍କାର ବଢ଼ୁଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.