ଆସନ୍ତା ବର୍ଷ ମାରୁତି କମ୍ପାନୀ ଲଞ୍ଚ କରିବ ଇଲେକ୍ଟ୍ରିକ କାର Futuro-E

ଦେଶର ସବୁଠୁ ବଡ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଆସନ୍ତା ବର୍ଷ ଅଟୋ ଏକ୍ସପୋରେ ନିଜ ଇଲେକ୍ଟ୍ରିକ କାରକୁ ଲଞ୍ଚ କରିବାକୁ ଯାଉଛି । ଅନୁମାନ କରାଯାଉଛିକି ଏହି କାର ପୁର୍ବରୁ ୱେଗନର ଓ ହେଚବ୍ୟାକ ସଦୃଶ ହିଁ ହୋଇଥିବ । ସୂଚନା ଅନୁଯାୟୀ କିଛି ଦିନ ପୂର୍ବେ ମାରୁତି କମ୍ପାନୀ Futuro-E ନାମରେ ଏକ ଟ୍ରେଡ଼ମାର୍କ ରେଜିଷ୍ଟର ମଧ୍ୟ କରାଇଛି । ବିଗତ ଏକ ବର୍ଷ ଧରି ରହି କମ୍ପାନୀ ନିଜ ଇଲେକ୍ଟ୍ରିକ କାରର ଟେଷ୍ଟିଙ୍ଗ କରାଉଛି । ଏହି କାରକୁ ୧୫୦ ରୁ ୨୦୦ କିମି ରେଞ୍ଜ ଭିତରେ ଲଞ୍ଚ କରିବା ନେଇ କମ୍ପାନୀ ଲକ୍ଷ ରଖିଛି । ଯାହା ଦ୍ୱାରା ଗୋଟିଏ ସହର ଭିତରେ ସହଜରେ ଯାଆସ କରାଯାଇପାରିବ । ଏଥିରେ କମ୍ପାନୀ ତରଫରୁ ଫାଷ୍ଟ ଚାରଜିଙ୍ଗ ଟେକ୍ନୋଲୋଜି ବ୍ୟବସ୍ଥା ଦେଇପାରେ ।

elektric car

ପୂର୍ବରୁ ଟାଟା, ମହିନ୍ଦ୍ରା, ହ୍ୟୁଣ୍ଡାଇ ପରି କମ୍ପାନୀ ମାନ ନିଜ ନିଜ ଇଲେକ୍ଟ୍ରିକ କାର ଗୁଡିକ ବଜାରରେ ଲଞ୍ଚ କରି ସାରିଥିବା ବେଳେ ମାରୁତି ହିଁ ଏକ ମାତ୍ର କମ୍ପାନୀ ଯିଏ ଏହି ରାସ୍ତାରେ ନିଜ ପାଦ ଥାପି ନଥିଲା । ମାରୁତି ନିଜର ଏହି କାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ଭିତରେ ରଖିପାରେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏହି କାରର ଲମ୍ବା ୩୬୫୫ ଏମଏଚ, ଚୌଡା ୧୬୨୦ ଏମଏଚ ଓ ଉଚ୍ଚତା ୨୪୩୫ ଏମଏଚ ରଖାଯିବ । ଏହାବାଦ ରିପୋର୍ଟ ଅନୁଯାୟୀ ଏହି କାରରେ ଟଚ ସ୍କ୍ରିନ ଇନଫୋନ ଟେନ୍ସନ ସିଷ୍ଟମ ବ୍ୟବସ୍ଥା ଦିଆଯିବ । ଏହାକୁ ରେଗୁଲାର 15 ସୋକେଟ ସହ ଡିସି ଫାଷ୍ଟ ଚାର୍ଜରରେ ବି ଚାର୍ଜ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.