Below header

ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୨୧: ପଦବୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ଆନ୍ଧ୍ରପ୍ରଦେଶ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାନକାରୀ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ hmfw.ap.gov.in କିମ୍ବା cfw.ap.nic.in ମାଧ୍ୟମରେ NHM AP ନିଯୁକ୍ତି ୨୦୨୧ପାଇଁ ଅନଲାଇନରେ ଆବେଦନ କରିପାରିବେ । ଏହି ପଦବୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୩ ଅକ୍ଟୋବର ୨୦୨୧ ରୁ ଆରମ୍ଭ ହୋଇଛି ।

ଏହି ପ୍ରକ୍ରିୟା ମାଧ୍ୟମରେ, ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ମୋଟ ୩୩୯୩ ଟି ପଦବୀ ନିଯୁକ୍ତ ହେବ ।ଯେଉଁଥିରେ ଶ୍ରୀକାକୁଲମ୍, ଭିଜିଆନଗରମ୍ ଏବଂ ବିଶାଖାପାଟନମ୍ ରେ ୬୩୩ ଟି ପୋଷ୍ଟ ଅଛି । ସେହିପରି ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଏବଂ କୃଷ୍ଣାରେ ୧୦୦୩ ଟି ପଦବୀ ରହିଛି। ଏଥି ସହିତ ଗୁଣ୍ଟୁର, ପ୍ରାକଶାମ ଏବଂ ନେଲୋରରେ ୭୮୬ ଟି ପୋଷ୍ଟ ଏବଂ ଚି଼ତୃର, କୁଡାପା, ଅନନ୍ତପୁର ଏବଂ କୁର୍ନୁଲରେ ୯୭୧ ଟି ପୋଷ୍ଟ ଅନ୍ତର୍ଭୂକ୍ତ କରାଯାଇଛି। ମନୋନୀତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଚୁକ୍ତିନାମା ଆଧାରରେ ନିଯୁକ୍ତ କରାଯିବ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ନର୍ସିଂରେ ବି.ଏସ୍ .ସି ଡିଗ୍ରୀ ହାସଲ କରିବା ଉଚିତ୍। ଏଥିସହ ପ୍ରାର୍ଥୀ ଆନ୍ଧ୍ରପ୍ରଦେଶ ନର୍ସିଂ କାଉନସିଲରେ ପଞ୍ଜୀକୃତ ହେବା ଉଚିତ୍। ଏହା ବ୍ୟତୀତ, ପ୍ରାର୍ଥୀ ବି.ଏସ୍.ସି ନର୍ସିଂରେ ଇଣ୍ଟିଗ୍ରେଟେଡ୍ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ ଭାବରେ କମ୍ୟୁନିଟି ହେଲ୍ଥ (CPCH) ପାଇଁ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ ଅଧ୍ୟୟନ କରିବା ଉଚିତ୍ । ବୟସ ସୀମା ବିଷୟରେ କହିବାକୁ ଗଲେ, ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଅଧିକ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯିବ। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।

ବି.ଏସ୍ .ସି ନର୍ସିଂରେ ମିଳିଥିବା ମାର୍କ ଆଧାରରେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାନକାରୀ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରାଯିବ । ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୬ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ NHM AP ନିଯୁକ୍ତି ୨୦୨୧ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.