Below header

ଏହି ସବୁ ଅଭ୍ୟାସକୁ ନିୟନ୍ତ୍ରଣରେ ରଖନ୍ତୁ, ଶରୀରର ଓଜନକୁ ନେଇ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ

ୱେଟଲସ୍‌ ବା ଶରୀରର ଓଜନ ହ୍ରାସ ପାଇଁ କିଏ ଡାଇଟିଂ କରିଥାଏ ତ , ଆଉ କିଏ ଜିମ୍‌ରେ ଯୋଗ ଦେଇଥାଏ । କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଏହି ସବୁ ଜିନିଷରେ କୌଣସି ପ୍ରଭାବ ପଡ଼ିନଥାଏ । ଆମେ ଯେତେ ୱେଟ ହ୍ରାସ କରିଥାଉ କିଛି ଦିନପରେ ସେତିକି ହିଁ ୱେଟ୍‌ ପୁଣି ବଢ଼ିଯାଏ । ଏଥିରେ କେବେ କେବେ ଏପରି ହୋଇଥାଏ କି ଆମେ ୱେଟ ଲସ୍ ପ୍ଲାନ୍‌ ଉପରେ ତ ପୂରା ଧ୍ୟାନ ଦେଇଥାଉ , କିନ୍ତୁ ସେହି ଛୋଟ ଛୋଟ କଥାକୁ ଅବହେଳା କରିଥାଉ ଯେଉଁଥି ପାଇଁ ଓଜନ ବଢ଼ି ଥାଏ । ଆପଣ ଯଦି କିଛି ଅଭ୍ୟାସକୁ ନିଜ ଆୟତ୍ତରେ ରଖିନେବେ , ତ ଏଥିରେ ଆପଣଙ୍କର ୱେଟ୍‌ କଣ୍ଟ୍ରୋଲକୁ ଆସିବା ସହ ୱେଟ୍‌ଲସ୍‌ ବି ହୋଇଯିବ ।

ଭୋଜନ କରିବା ପରେ ଶୋଇଯିବା – ଆପଣ କୌଣସି ସମୟରେ ଖାଦ୍ୟ ଖାଇ ଯଦି ଶୋଇ ଯାଉଛନ୍ତି ତ , ଏଥିରେ ଆପଣଙ୍କର ପେଟର ଚର୍ବି ଖୁବ୍‌ ଜୋରରେ ବଢ଼ିବାକୁ ଲାଗେ । ଏଥିରେ ଆପଣଙ୍କର ୱେଟଲସ୍‌ ସ୍ୱପ୍ନ ଧୂଳିସାତ୍‌ ହୋଇଯାଏ । ଏଣୁ ଖାଇବା ପରେ ତୁରନ୍ତ ନଶୋଇ କିଛି ସମୟ ବୁଲାବୁଲି କରନ୍ତୁ ।

ବିଳମ୍ୱ ବା ଶୀଘ୍ର ଡିନର କରିବା – ବିଳମ୍ୱ ବା ଶୀଘ୍ର ଡିନର (ରାତ୍ରୀ ଭୋଜନ) କରିବାରେ ମଧ୍ୟ ୱେଟ୍‌ ବୃଦ୍ଧି ହୋଇଥାଏ । ଆପଣ ଯଦି ୭ଟାରେ ଖାଦ୍ୟ ଖାଉଛନ୍ତି ତ ଆପଣଙ୍କ ଖାଦ୍ୟ ୯ଟା ସୁଦ୍ଧା ହଜମ ହୋଇଥାଏ ଏବଂ ପୁଣି ଆପଣଙ୍କୁ ଫୁଡ୍‌ କ୍ରେଭିଂ ହେବାକୁ ଲାଗେ । କିଛି ଲୋକ ଚକଲେଟ୍ ବା କଫି ମଧ୍ୟ ଖାଇ-ପିଇ ଦିଅନ୍ତି । ଯେଉଁଥିରେ ଓଜନ ବଢ଼ିବାକୁ ଲାଗେ । ବିଳମ୍ୱରେ ଖାଇବା ଦ୍ୱାରା ଆପଣ ଟିକେ ବୁଲିବାକୁ ସମୟ ନପାଇ ଶୋଇ ଯାଆନ୍ତି । ଖାଦ୍ୟ ଆଉ ସହଜରେ ହଜନ ହୁଏ ନାହିଁ । ଏଣୁ ଡିନର ଟାଇମ୍‌ ୮ରୁ ୯ ଟା ଭିତରେ ହେବା ଉଚିତ୍‌ ।

ପାଦରେ ନ ଚାଲିବା – ପବ୍ଲିକ୍‌ ଟ୍ରାନ୍ସପୋର୍ଟ ହେଉ ବା ପର୍ସନାଲ ଗାଡ଼ି , ଆପଣ ଯେମିତି ବି ଯାତ୍ରା କରନ୍ତୁ ପଛେ , ହେଲେ ପାଦରେ ନିହାତି ଚାଲିବା ଜରୁରି । ସବୁ ବେଳେ ଗାଡ଼ିରେ ଯାତାୟାତ କରିବାରେ ଆପଣ ଙ୍କ ପାଦରେ ବ୍ୟାୟାମ ହୋଇ ପାରି ନଥାଏ । ନଚାଲିବା ଯୋଗୁଁ ଆପଣଙ୍କୁ ଶୋଷ ଲାଗେନାହିଁ , ଆପଣ କମ୍‌ ପାଣି ପିଅନ୍ତି , ଏହାର ସିଧା ପ୍ରଭାବ ଓଜନ ଉପରେ ପଡ଼ିଥାଏ ।

ଅଧିକ ଚିନିର ସେବନ – ଡାଇଟ୍‌ରେ ଚିନିର ବ୍ୟବହାର ଅଧିକା କରିବା ଦ୍ୱାରା ଆପଣଙ୍କ ପେଟରେ ଚର୍ବି ବଢିଥାଏ । ଚା ରେ ଅଧିକ ଚିନି ମିଶାଇବା ଓ ଅନେକ ଥର ଚା ପିଇବାରେ ଓଜନ ବଢ଼ିଥାଏ । ଏଣୁ ଆପଣଙ୍କୁ ଏହି ଅଭ୍ୟାସରୁ ନିବୃତ୍ତ ରହିବା ଉଚିତ୍‌। ଆପଣ ଚିନି ବଦଳରେ ଗୁଡ ବା ମହୁର ସେବନ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.