ମହଙ୍ଗା ପଡ଼ିଲା ପ୍ରଡକ୍ଟ ବିଷୟରେ ଜରୁରୀ ସୂଚନା ନ ଦେବା, ଫ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ନୋଟିସ୍‌ ଜାରି

ଇ-କମର୍ସ କମ୍ପାନୀର ୱେବ‌ସାଇଟ୍‌ରୁ ବିକ୍ରି ହେଉଥିବା ଜିନିଷ ଉପରେ ତାହାର ପ୍ରଡକ୍ସନ୍‌ ଦେଶର ସୂଚନା ତଥା ଅନ୍ୟ ଜରୁରୀ ସୂଚନା ଦିଆଯାଇନଥିବାରୁ ବିକ୍ରେତା କମ୍ପାନୀ ଉପରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ଫ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ଜାରି ହୋଇଛି ନୋଟିସ୍‌। ଏହି ନୋଟିସ୍‌ ଉପଭୋକ୍ତା ମାମଲା, ଖାଦ୍ୟ ଓ ବଣ୍ଟନ ବିତରଣ ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିବା ଉପଭୋକ୍ତା ମାମଲା ବିଭାଗ ତରଫରୁ ଜାରି କରାଯାଇଛି। ତେବେ ଏନେଇ ଉଭୟ କମ୍ପାନୀ ଠାରୁ କୌଣସି ମତାମତ ମିଳିପାରିନାହିଁ।

flipkart2

ବିଭାଗର ତରଫରୁ ସମସ୍ତ ଇ-କମର୍ସ କମ୍ପାନୀଙ୍କୁ ‘ଲିଗାଲ ମେଟ୍ରୋଲୋଜି(ପ୍ୟାକେଜ୍‌ଡ କମୋଡିଟିଜ୍‌) ରୁଲ’,୨୦୧୧କୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ କମ୍ପାନୀକୁ ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ରଖିବାକୁ କୁହାଯାଇଛି। ନୋଟିସ୍‌ରେ ଲେଖାଯାଇଛି ‘କିଛି ଇ-କମର୍ସ କମ୍ପାନୀ ନିଜ ଡିଜିଟାଲ ସାଇଟ୍‌ରେ ବିକ୍ରି କରୁଥିବା ପ୍ରଡକ୍ଟ ବିଷୟରେ ଠିକ୍‌ ସୂଚନା ଦେଉନଥିବା ଜଣାଯାଇଛି। ଏହା ଲିଗାଲ ମେଟ୍ରୋଲୋଜୀ ରୁଲ୍‌,୨୦୧୧ ଅନୁସାରେ ଜରୁରୀ’। ଏଣୁ ଆଗକୁ ସେମାନେ ଯେପରି ଏଭଳି ଭୁଲ ନ ଦୋହରାନ୍ତି ତାହାକୁ ସୁନିଶ୍ଚିତ କରନ୍ତୁ।

ନୋଟିସ୍‌ରେ କୁହାଯାଇଛି ଯାହା ଗ୍ରାହକ ଜାଣିବା ଜରୁରୀ ବିଜ୍ଞାପନରେ ସେ ନେଇ କୌଣସି ଘୋଷଣା କରାଯାଉନାହିଁ। ସମସ୍ତ ଉତ୍ପାଦ କେଉଁ ଦେଶରୁ ତିଆରି ହୋଇ ଆସୁଛି ତାହା ଉପରେ ସେହି ସୂଚନା ଦେବା ଜରୁରୀ। କିନ୍ତୁ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ତାହାକୁ ପାଳନ କରୁନାହାନ୍ତି। ଭବିଷ୍ୟତରେ ସେମାନେ ନିଜ ପ୍ରଡକ୍ଟ ଉପରେ ନିର୍ମାତା କମ୍ପାନୀ କେଉଁ ଦେଶର ତାହା ଲେଖିବା ଅନିବାର୍ଯ୍ୟ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.