ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ ଆରମ୍ଭ, ଦେବାକୁ ହେବ ମାତ୍ର ଏତିକି ଟଙ୍କା

ଦେଶରେ ଏବେ ଇଲେକ୍ଟ୍ରିକ୍ ସ୍କୁଟରର କ୍ରେଜ୍ ବଢିବାରେ ଲାଗିଛି । ଏହି ରେସରେ ଏବେ ଓଲା ମଧ୍ୟ ଆଗେଇ ଆସିଛି । କମ୍ପାନୀ ନିଜ ଇଲେକ୍ଟ୍ରିକ୍ ସ୍କୁଟର୍ସର ବିକ୍ରି ଆରମ୍ଭ କରିଦେଇଛି । ଓଲା ଇଲେକ୍ଟ୍ରିକ୍ ଭାରତରେ ନିଜ ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ ଆରମ୍ଭ କରିଦେଇଛି । ଅନେକ ସମୟ ଧରି ଏହି ଇଲେକ୍ଟ୍ରିକ୍ ସ୍କୁଟରର ଅପେକ୍ଷା ରହିଥିଲା । କମ୍ପାନୀର ଫାଉଣ୍ଡର ଭାବିଶ ଅଗ୍ରୱାଲ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।

ମାତ୍ର ୪୯୯ ଟଙ୍କାରେ ବୁକିଂ

ଓଲା ସ୍କୁଟର ମାତ୍ର ୪୯୯ ଟଙ୍କାରେ ବୁକ୍ କରିହେବ । ଏହି ରାଶି ମଧ୍ୟ ସମ୍ପୂର୍ଣ୍ଣ ରୂପେ ରିଫଣ୍ଡେବଲ । ପ୍ରଥମ ଥର ପାଇଁ କୌଣସି ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ ରାଶି ଏତେ କମ୍ ରଖାଯାଇଛି । କମ୍ପାନୀ ଏହାର ଡେଲିଭରୀ ପ୍ରଥମ ବୁକିଂ ଆଧାରରେ କରିବ ଅର୍ଥାତ୍ ଯିଏ ପ୍ରଥମେ ବୁକ୍ କରିବ ତାକୁ ପ୍ରଥମେ ଡେଲିଭରୀ ମିଳିବ ।

ଓଲା ସ୍କୁଟର ତାମିଲନାଡୁରେ ପ୍ରସ୍ତୁତ ହେବ । କମ୍ପାନୀର ଏହି ଫ୍ୟାକ୍ଟ୍ରି ବିଶ୍ୱର ସବୁଠାରୁ ବଡ ଇଲେକ୍‌ଟ୍ରିକ୍ ୨ ଚକିଆ ଯାନ ଫ୍ୟାକ୍ଟ୍ରି । ଏହାର କ୍ଷମତା ଅନୁସାରେ ବାର୍ଷିକ ୧ କୋଟି ଯାନ ନିର୍ମାଣ କରିହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟର ମାତ୍ର ୧୮ ମିନିଟରେ ଜିରୋରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ । ଏବଂ ଏଥିରେ ପ୍ରାୟ ୭୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଫୁଲ୍ ଚାର୍ଜ ହେଲେ ଏହାର ରେଞ୍ଜ ପ୍ରାୟ ୧୫୦ କିଲୋମିଟର ହେବା ଆଶା ରହିଛି । ଏଥିରେ ଫୁଲ୍-ଏଲଇଡି ଲାଇଟିଂ, ଫାଷ୍ଟ ଚାର୍ଜିଂ, ଫ୍ରଣ୍ଟ ଡିସ୍କ ବ୍ରେକ୍ ଭଳି ଫିଚର୍ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.