ଗୋଟିଏ ନମ୍ବରରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିହେବ କି, ଜାଣନ୍ତୁ ବ୍ୟାଙ୍କ କଣ କହୁଛି
ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ତେବେ ଅନେକ ଲୋକଙ୍କ ପାଖରେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି । ଆଉ ଏହି ଲୋକମାନେ ଗୋଟିଏ କଥାକୁ ନିହାତି ଭାବେ ଜାରିରଖିବା ଉଚିତ୍ ।
ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ତେବେ ଅନେକ ଲୋକଙ୍କ ପାଖରେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି । ଆଉ ଏହି ଲୋକମାନେ ଗୋଟିଏ କଥାକୁ ନିହାତି ଭାବେ ଜାରିରଖିବା ଉଚିତ୍ । ଆକାଉଣ୍ଟ ସହ ଜଡ଼ିତ ମୋବାଇଲ୍ ନମ୍ବର ବାବାଦରେ ଆପଣ ଜାଣିବା ନିହାତି ଜରୁରୀ । ଏହି ନମ୍ବରକୁ ନେଇ ଆଦୌ ବି କେୟାରଲେସ ହେବା ଅନୁଚିତ। ନଚେତ ଆପଣଙ୍କୁ ପରେ ସମସ୍ୟାର ସାମ୍ନା କରିବାକୁ ପଡିବ । ବ୍ୟାଙ୍କ ଅଫ୍ ବରୋଦା (Bank Of Boroda) ଯାହାକି ଅଗ୍ରଣୀ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ମଧ୍ୟରୁ ଅନ୍ୟତମ । ତେବେ ବର୍ତ୍ତମାନ ମୋବାଇଲ୍ ନମ୍ବର ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ଏହି ବ୍ୟାଙ୍କ।
ବ୍ୟାଙ୍କ ଅଫ ବାରୋଦା ସ୍ପଷ୍ଟ କରିଛି ଯେ ଆପ୍ ରେଜିଷ୍ଟ୍ରେସନ୍ ବଢାଇବା ପାଇଁ ଅଣ ପଞ୍ଜୀକୃତ ବା ଅଣ ଗ୍ରାହକ ମୋବାଇଲ୍ ନମ୍ବର ବ୍ୟବହାର କରିବା ଅବୈଧ ଅଟେ । ଏଥି ସହ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଗ୍ରାହକଙ୍କ ଗୋଟିଏ ମୋବାଇଲ୍ ନମ୍ବର ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇ ନାହିଁ। ଆପ୍ ରେଜିଷ୍ଟ୍ରେସନ୍ ବୃଦ୍ଧି ପାଇଁ ଅଜ୍ଞାତ ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିବା ଖବର ସତ୍ୟ ନୁହେଁ ।
ମିଡିଆ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟାମ୍ପରିଂ କରିବାରେ ବ୍ୟାଙ୍କ ଅଫ୍ ବରୋଦା ସମ୍ପୃକ୍ତ ଥିଲା। ବିଭିନ୍ନ ଗ୍ରାହକଙ୍କ ଯୋଗାଯୋଗ ବିବରଣୀକୁ ଲିଙ୍କ୍ କରିବା ଏବଂ ଏହା ଦ୍ବାରା ମୋବାଇଲ୍ ଆପ୍ଲିକେସନ୍ ପଞ୍ଜିକରଣ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ ଅଫ୍ ବରୋଦା ଏହି ପ୍ରସଙ୍ଗରେ ନିକଟରେ ପ୍ରତିକ୍ରିୟା ରଖିଛି। ଏହି ଅଭିଯୋଗ ଗୁଡ଼ିକରେ କୌଣସି ସତ୍ୟତା ନାହିଁ ବୋଲି ବ୍ୟାଙ୍କ କହିଛି ।
ବ୍ୟାଙ୍କ ଅଫ୍ ବରୋଦା ସ୍ପଷ୍ଟ କରିଛି ଯେ ତିନି କୋଟି ବ୍ୟାଙ୍କ ଗ୍ରାହକ ସେମାନଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗର ଆକ୍ଟିଭ ୟୁଜର୍ସ ଅଟନ୍ତି। ବ୍ୟାଙ୍କ କହିଛି ଯେ ସେମାନେ ଏହି ଆପ୍ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଉଛନ୍ତି। ଏଥିରୁ ଜଣାପଡୁଛି ଯେ ବ୍ୟାଙ୍କ ଅଫ୍ ବରୋଦାର କିଛି କର୍ମଚାରୀ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକାଧିକ ଆକାଉଣ୍ଟ ସହିତ ଲିଙ୍କ୍ କରୁଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ୱାର୍ଲ୍ଡର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଅଭିଯୋଗ ରହିଛି। ଡାଟା ପ୍ରାଇଭେସୀ ଏ ସୁରକ୍ଷା ବିଷୟରେ ଚିନ୍ତା ପ୍ରକାଶ ପାଇଛି । ତେବେ ନିକଟରେ ବ୍ୟାଙ୍କ ଅଫ୍ ବରୋଦା ଏହି ପ୍ରସଙ୍ଗରେ ସ୍ପଷ୍ଟ କରିବା ସହଏହାକୁ ଅସତ୍ୟ ବୋଲି କହିଛି ।
ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି ସେମାନେ ଗୋଟିଏ ମୋବାଇଲ୍ ନମ୍ବରକୁ ଗୋଟିଏ ନମ୍ବର ସହିତ ଲିଙ୍କ୍ କରିବା ଭଲ । ନଚେତ୍ ପରେ ଅସୁବିଧା ହେବ । ଯଦି ସମାନ ବ୍ୟାଙ୍କରେ ଅନେକ ଆକାଉଣ୍ଟ ଅଛି , ତେବେ ଯଦି ସମାନ ମୋବାଇଲ୍ ନମ୍ବର ଦିଆଯାଏ, ତେବେ ବିଭିନ୍ନ ଅନଲାଇନ୍ ସେବା ପାଇବା କଷ୍ଟକର ହୋଇପାରେ । ସେଥିପାଇଁ ଆପଣ ଏ ବାବଦରେ ଜାଣିବା ନିହାତି ଆବଶ୍ୟକ ।