Below header

ଯାଉଛି ୨ ହଜାର ଆସୁଛି ୧୦୦୦ ଟଙ୍କିଆ ନୋଟ୍‌, ଭାଇରାଲ ହେଲା ଫଟୋ

ବିମୁଦ୍ରାକରଣ ପରେ ବଜାରରେ ଗାୟବ ହୋଇଯାଇଥିବା ୧୦୦୦ଟଙ୍କିଆ ନୋଟ୍‌ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଜାରି କରାଯାଇଛି ଆରବିଆଇ ୧୦୦୦ଟଙ୍କାର ନୂଆ ନୋଟ୍‌ ଜାରି କରିବାକୁ ଯାଉଛି। ଏହି ନୂଆ ନୋଟ୍‌ର ଫଟୋ ହ୍ଵାଟସଆପ, ଫେସବୁକ୍‌, ଟ୍ଵିଟରରେ ଖୁବ୍‌ ଭାଇରାଲ ହେଉଛି। ଯଦି ଆପଣ ମଧ୍ୟ ଏହି ଖବର ଶୁଣିବା ପରେ ସତରେ ଭାବୁଛନ୍ତି ଆରବିଆଇ ପୁଣି ଥରେ ଏହି ନୋଟ୍‌ ଜାରି କରୁଛି ତେବେ ଆମେ ଆପଣଙ୍କୁ ଏହି ଖବରର ସତ୍ୟତା କହିବାକୁ ଯାଉଛୁ।

noteସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ହଜାର ଟଙ୍କିଆ ନୋଟ୍‌ ଯେତେବେଳେ ଆପଣ ଧ୍ୟାରେ ଦେଖିବେ ସେତେବେଳେ ଆପଣ ଲକ୍ଷ୍ୟ କରିବେ ନୋଟ୍‌ ରୁ ଗାନ୍ଧୀଙ୍କ ଫଟୋ ଗାୟବ ହୋଇଯିବା ସହ କେବଳ ତାଙ୍କ ଚଷମା ନଜର ଆସିବ। ଯାହାଦ୍ୱାରା ପ୍ରମାଣିତ ହେଉଛି ଏହି ନୋଟ୍‌ ବିଲକୁଲ୍‌ ନକଲି ଏବଂ କୌଣସି ପେଣ୍ଟର ଏହାକୁ ତିଆରି କରିଛନ୍ତି। PIB Fact Check ମଧ୍ୟ ଟ୍ଵିଟ କରି ସୂଚନା ଦେଇଛନ୍ତି ସୋସିଆଲ ମିଡିଆରେ ଉଡା ଖବର ଶୁଣିବାକୁ ମିଳିଛି RBI ୧୦୦୦ଟଙ୍କାର ନୂଆ ନୋଟ୍‌ ଜାରି କରିଛି। ଏଥିସହ ନୋଟ୍‌ର ଫଟୋ ମଧ୍ୟ ସେୟାର କରାଯାଉଛି। ସୂଚନା ମୁତାବକ ଏହି ଘଟଣାର ତଦନ୍ତ ପରେ ପ୍ରମାଣିତ ହୋଇଛି ୧୦୦୦ଟଙ୍କିଆ ନୂଆ ନୋଟ୍‌ ଜାରି କରାଯାଇନାହିଁ। ଏହାକୁ ନେଇ ଯେଉଁ ଖବର ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହା ସମ୍ପୂର୍ଣ୍ଣ ନକଲି ତଥ୍ୟ।

RBIରିପୋର୍ଟ ଅନୁଯାୟୀ ୨୦୧୬ ମସିହା ୮ ନଭେମ୍ବର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାକରଣ ଘୋଷଣା କରିଥିଲେ। ଯାହାପରେ ରାତି ୧୨ ଟା ବାଜିବା ପରେ ୧୦୦୦ ଏବଂ ୫୦୦ଟଙ୍କିଆ ନୋଟ୍‌ର ଟେଣ୍ଡର କ୍ୟାନସଲ କରାଯାଇଥିଲା। ଏହାପରେ ୧୦୦୦ଟଙ୍କିଆ ନୋଟ୍‌ ବନ୍ଦ ହେବା ପରେ ୫୦୦ଟଙ୍କିଆ ନୂଆ ନୋଟ୍‌ ଏବଂ ୨୦୦୦ ହଜାର ଟଙ୍କାର ନୋଟ୍‌ ଜାରି କରାଯାଇଥିଲା। ସୂଚନା ଅନୁଯାୟୀ ଏହାପରେ ୧୦୦୦ଟଙ୍କିଆ ନୋଟ୍‌କୁ ନେଇ ଅନେକ ଉଡା ଖବର ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.