Below header

SBI ଇଣ୍ଟରନେଟ ବ୍ଯାଙ୍କିଂ : ଜାଣନ୍ତୁ କିପରି ଖୋଲିବେ ଖାତା ଏବଂ ବଦଳିବେ ପାସୱାର୍ଡ଼

ନୂଆଦିଲ୍ଲୀ : ସାର୍ବଜନିକ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ଯଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ (ଏସବିଆଇ)। ଏହାର ନିୟମ ଅନୁଯାୟୀ ନଭେମ୍ବର ୩୦ ସୁଧା ନିଜ ମୋବାଇଲ ନମ୍ବରକୁ ବ୍ଯାଙ୍କ ଆକାଉଣ୍ଟ ସହ ଯୋଡ଼ିବାକୁ ପଡ଼ିବ।  ଯେଉଁ ଗ୍ରାହକ ଏହା କରୁ ନାହାନ୍ତି ତାଙ୍କର ଇଣ୍ଟରନେଟ ବ୍ଯାଙ୍କିଂ ବ୍ଯବସ୍ଥା ବନ୍ଦ ହୋଇଯିବ। ଏହା ଛଡ଼ା ଆକାଉଣ୍ଟ ଡିଆକ୍ଟିଭେଟ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସୂଚନା ବ୍ଯାଙ୍କର ଅଫିସିଆଲ ୱେବସାଇଟରେ ଉଲ୍ଲେଖ କରାଯାଇଛି।

ଏହା ଅର୍ଥ ଦେଶର ଅନେକ ଏସବିଆଇ ଗ୍ରାହକଙ୍କର ଇଣ୍ଟରନେଟ ସେବା ଡ଼ିସେମ୍ବର ୧ ତାରିଖରୁ ବନ୍ଦ ହେବାର ସମ୍ଭାବନା ରହିଛି। ତେବେ ବ୍ଯାଙ୍କ ଏହାର ଇଣ୍ଟରନେଟ ଅନଲାଇନରେ ଅନେକ ସୁବିଧା ଯୋଗାଉଛି। ଯେଉଁଥିରେ ଗ୍ରାହକଙ୍କୁ ଅନେକ ସୁବିଧା ମିଳିବାର ଦେଖିବାକୁ ମିଳୁଛି।

sbi 2

ଆସନ୍ତୁ ଏସବିଆଇ ଇଣ୍ଟରନେଟ ବ୍ଯାଙ୍କ ସହ ଜଡ଼ିତ କିଛି ସୂଚନା

-ଏସବିଆଇର ଇଣ୍ଟରନେଟ ବ୍ଯାଙ୍କ ଦ୍ବାରା ଗ୍ରାହକ ନିଜ ପାଖରେ ସବୁବେଳେ ବ୍ଯାଙ୍କକୁ ପାଇପାରିବେ।

-ଆପଣ ଅନଲାଇନ୍ ଏସବିଆଇ ସୁବିଧା ଇଣ୍ଟରନେଟ ବ୍ଯାବସ୍ଥା ଥିବା ଯେକୌଣସି ମୋବାଇଲ ଏବଂ କମ୍ଯୁଟରରୁ କରିପାରିବେ।

-ଏହାର ସୁବିଧା ଉଠାଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଏସବିଆଇର ବ୍ଯାଙ୍କରେ ନିଜର ଆକାଉଣ୍ଟ ବା ଖାତା ଖୋଲିବାକୁ ପଡ଼ିବ।

– ଏହାପରେ ବ୍ଯାଙ୍କ ତରଫରୁ ଆପଣଙ୍କୁ ଏକ ଇଣ୍ଟରନେଟ କିଟ (ପିପିକେ) ଦେବ ଯେଉଁଥିରେ ଆପଣଙ୍କର ଇଣ୍ଟରନେଟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପସ୍ଥିତ ଥିବ। ଯଥା ତାହାର ୟୁଜର ଆଇଡ଼ି ଏବଂ ପାସୱାର୍ଡ଼ ।

sbi 3

-ଏହାପରେ ଆପଣଙ୍କୁ  ରେ ନିଜର ଆକାଉଣ୍ଟକୁ ଲଗଇନ କରିବାକୁ ପଡ଼ିବ। ଏଥିରେ ଆପଣଙ୍କୁ ନେଟ ବ୍ଯାଙ୍କିଂ ଆସିଷ୍ଟାଣ୍ଟ ଆପଣଙ୍କର ସମସ୍ତ ସାହାଯ୍ଯ କରିବେ।

-ଯଦି ଆପଣଙ୍କ ପାଖରେ ଏସବିଆଇ ଆକାଉଣ୍ଟ  ନାହିଁ ତେବେ ଆପଣ ତାହାକୁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଯାହାର ସଂପୂର୍ଣ୍ଣ ସୂଚନା ଏସବିଆଇର ଆଧିକାରକ ୱେବସାଇଟରେ ପାଇପାରିବେ।

sbi

-ଯଦି ଆପଣ କୌଣସି କାରଣରୁ ଇଣ୍ଟରନେଟ ବ୍ଯାଙ୍କିଙ୍ଗର ପାସୱାର୍ଡ଼ ଭୁଲି ଯାଇଥିଲେ ସେଠାରେ ଲେଖାଯାଇଥିବା ଫରଗେଟ ପାର୍ସୱାର୍ଡ଼ ମାରି ଆଉଥରେ ସେଟ କରିପାରିବେ। ଏହାପରେ କିଛି ନିର୍ଦ୍ଦିଷ୍ଟ ସୂଚନା ଦେବାପରେ ଆପଣଙ୍କ ନୂଆ ପାସୱାର୍ଡ଼ ଆପଣଙ୍କ ରେଜିଷ୍ଟର ଠିକଣାକୁ ଆସିଯିବ।

-ଯଦି ଆପଣ ଇଣ୍ଟରନେଟ ବ୍ଯାଙ୍କର ୟୁଜର ଆଇଡ଼ି ଭୁଲି ଯାଇଛନ୍ତି ତେବେ ଆପଣ ନିଜର ବ୍ରାଞ୍ଚକୁ ଯାଇ ସଂପର୍କ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.