କଣ ଆପଣ ଜାଣିଛନ୍ତି ତାଳି ମାରିବାର ବୈଜ୍ଞାନିକ କାରଣ ? କାହିଁକି ମାରିଥାନ୍ତି ତାଳି

ଭାରତରେ ଧାର୍ମିକ କାର୍ୟ୍ୟ ଯଥା ଭଜନ ଏବଂ ଆରତୀ ଗାଇବା ସମୟରେ ତାଳି ବଜାଇବାର ପ୍ରଥା ପୂର୍ବରୁ ଚାଲି ଆସୁଛି। ତାଳି ବଜାଇବା ଦ୍ବାରା ମନୁଷ୍ୟଙ୍କୁ ବହୁତ ପ୍ରକାରର ସ୍ବାସ୍ଥ୍ୟ ଜନିତ ଫାଇଦା ମିଳିଥାଏ। ଏହି କଥାକୁ ଏବେ ଆଧୁନିକ ବିଜ୍ଞାନ ମଧ୍ୟ ମାନୁଛି। ତାଳି ବଜାଇବା କାରଣରୁ ଏହା କେବଳ ଶରୀର ରୋଗ ଠାରୁ ରକ୍ଷା କରିନଥାଏ ବରଂ ଏହା ଅନେକ ରୋଗର ଚିକିତ୍ସା ମଧ୍ୟ କରିଥାଏ। ତାଳି ବଜାଇବା ଦ୍ବାରା କଣ ଫାଇଦା ମିଳିଥାଏ ଏବଂ କେମିତି ଏହା ରୋଗକୁ ଦୂର କରିଥାଏ ଆସନ୍ତୁ ଜାଣିବା।
ତାଳି ବଜାଇବା ଦ୍ବାରା ମାଂସପେଶୀ ଗୁଡିକୁ ପ୍ରଭାବିତ ହୋଇଥାଏ ଏବଂ ଶକ୍ତିର ସଞ୍ଚାର ମଧ୍ୟ ହୋଇଥାଏ। ନିୟମିତ ଭାବରେ ତାଳି ବଜାଇବା ଦ୍ବାରା ଏହା ଆମ ଶରୀରରକୁ ଶକ୍ତି, ଫୁର୍ତ୍ତି, ତନ୍ଦୁରସ୍ତ ଯୋଗାଇଥାଏ।
ଏହା ସହ ପଢ଼ନ୍ତୁ : ମଦ ପିଇବା ଦ୍ବାରା ଶରୀରରେ ହୋଇଥାଏ ଏହି ୯ ପରିବର୍ତ୍ତନ, ଜାଣନ୍ତୁ କଣ ?
ହାତରେ ଶରୀରର ସମସ୍ତ ଅଙ୍ଗର ସଂସ୍ଥାନ ବିନ୍ଦୁ ରହିଥାଏ ଏବଂ ତାଳି ବଜାଇବା ଦ୍ବାରା ଏହି ବିନ୍ଦୁ ଉପରେ ବାରମ୍ବାର ଚାପ ବା ପ୍ରେସର ପଡିଥାଏ। ଯାହା ଦ୍ବାରା ଶରୀରର ସମସ୍ତ ଆନ୍ତରିକ ସଂସ୍ଥାନକୁ ଶକ୍ତି ଯାଇଥାଏ ଏବଂ ସମସ୍ତ ଅଙ୍ଗ ନିଜର କାମ ସୂଚାରୁ ରୂପେ କରିବାକୁ ଲାଗିଥାଏ।
ତାଳି ବଜାଇବା ଦ୍ବାରା ମେଦବହୁଳତା କମ୍ ହୋଇଥାଏ। କାରଣ ତାଳି ବଜାଇବା ଦ୍ବାରା ଶରୀରରେ ଅତିରିକ୍ତି ମୋଟାପଣ କମ୍ ହୋଇଥାଏ।
ପେଟ ସମ୍ବଦ୍ଧୀୟ ସମସ୍ୟା ଯଥା ଗ୍ୟାସ,କବ୍ଜ,ଅପଚ ଏବଂ ମାନସିକ ରୋଗ ଯଥା ଚିନ୍ତା, ଏକାଗ୍ରତାରେ ଅଭାବ, ଚିଡଚିଡାପଣ ଭଳି ସମସ୍ୟା ଥିଲେ ଡାହାଣ ହାତର ଚାରିଟି ଆଙ୍ଗୁଳିକୁ ବାମ ହାତର ପାପୁଲିକୁ ଜୋରରେ ମାରିବା ଆବଶ୍ୟକ।
ଏହିଭଳି ପ୍ରାୟ ୫ ମିନିଟ ସକାଳ ସନ୍ଧ୍ୟା କରିବା ଦ୍ବାରା ଆରାମ ମିଳିଥାଏ। ତାଳି ବଜାଇବା କାରଣରୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ ପ୍ରତ୍ୟେକଦିନ ୨ ମିନିଟ ତାଳି ମାରୁଥିବା ଲୋକ ଅନ୍ୟ ମାନଙ୍କ ଅପେକ୍ଷା ଅଧତକ ଖୁସିରେ ରହିଥାନ୍ତି।