Below header

ବ୍ରହ୍ମ ବିବାଦ ଉପରୁ ହଟିଲା ପରଦା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛଅ ଜଣ ବରିଷ୍ଠ ଦଇତାପତିଙ୍କୁ ନୋଟିସ୍‌

ପୁରୀ(କେନ୍ଯୁଜ୍) : ବହୁଚଚ୍ଚିତ ବ୍ରହ୍ମ ବିଭ୍ରାଟ ବିବାଦ ଉପରୁ ହଟିଲ ପରଦା । ଏହି ଘଟଣାରେ ଛଅ ଜଣ ବରିଷ୍ଠ ଦଇତାପତିଙ୍କୁ ଶ୍ରୀମନ୍ଦିର ପ୍ରଶାସକ ନୋଟିସ ଜାରି କରିଛନ୍ତି । ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସମେତ ବରିଷ୍ଠ ଦଇତାପତି ବିଶ୍ୱନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର ଓ ଜୟକୃଷ୍ଣ ଦାସ ମହାପାତ୍ରଙ୍କୁ ନୋଟିସ ଜାରି ହୋଇଛି ।

daitapatii୨୦୧୫ ମସିହା ଜୁନ୍‌ ୧୫ ତାରିଖରେ ଘଟ ପରିବର୍ତ୍ତନ ହୋଇଥିଲା । ସେହି ଦିନବିଶୃଙ୍ଖଳା ଘଟିବାରୁ ଘଟ ପରିବର୍ତ୍ତନରେ ବିଳମ୍ବ ଘଟିଥିଲା । ବ୍ରହ୍ମ ପରିବର୍ତ୍ତନ ସଂପୂର୍ଣ୍ଣ ଗୁପ୍ତ ନୀତି ହୋଇଥିବା ବେଳେ ଛଅ ଜଣ ବରିଷ୍ଠ ଦଇତାପତି ଏହି ନିୟମକୁ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଛଅ ଜଣ ବରିଷ୍ଠ ଦଇତାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୧୫ ଦିନ ଭିତରେ ଜବାବ ରଖବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅଭିଯୋଗକୁ ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଓ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଖଣ୍ଡନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.