ଓପୋ ଲଞ୍ଚ କରିବ ପୃଥିବୀର ପ୍ରଥମ ୧୦ଜିବି ରାମ୍ ବିଶିଷ୍ଟ ସ୍ମାର୍ଟଫୋନ

ଏବେ ଲୋକ ଖାଲି ସୁନ୍ଦର ଦେଖାଯାଉଥିବା ବା କଥା ହୋଇପାରୁଥିବା ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁନାହାନ୍ତି, ବରଂ ଭଲ ଫିଚର ମଧ୍ୟ ଖୋଜୁଛନ୍ତି। ଏହାକୁ ନଜରରେ ରଖି ସ୍ମାର୍ଟଫୋନ କମ୍ପାନୀ ମଧ୍ୟ ଅଧିକ ଜିବି ଥିବା ମୋବାଇଲ ଲଞ୍ଚ କରିବା ଚେଷ୍ଠାରେ ଲାଗିଛନ୍ତି। ତେବେ ଏବେ ସ୍ମାର୍ଟଫୋନ ଦୁନିଆରେ ଏକ ବିଶାଳ ପରିବର୍ତ୍ତନ ଆଣିବାକୁ ଯାଉଛି ଓପୋର ୧୦ଜିବି ରାମ୍ ବିଶିଷ୍ଟ ସ୍ମାର୍ଟଫୋନ। ଆଜ୍ଞା ହଁ ! ଆପଣ ଠିକ୍ ପଢ଼ିଛନ୍ତି, ଖୁବ ଶୀଘ୍ର ଚାଇନା ସ୍ମାର୍ଟଫୋନ କମ୍ପାନୀ ଓପୋ ତାହାର ଆର୧୭ ନାମକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହା ପୃଥିବୀର ପ୍ରଥମ ୧୦ ଜିବି ରାମ୍ ବିଶିଷ୍ଟ ସ୍ମାର୍ଟଫୋନ୍ ବୋଲି ଜଣାପଡ଼ିଛି।

ଚାଇନାର ମାକ୍ରୋ ବ୍ଲଗିଂ ୱେବସାଇଟ ୱିବୋ ଏହି ସ୍ମାର୍ଟଫୋନ ବିଷୟରେ ସୂଚନା ଦେଇଛି ।  ମାର୍ଚ୍ଚ ମାସରେ କମ୍ପାନୀ ଓପୋ ଆର୧୫ ଏବଂ ଓପୋ ଆର ୧୫ ଡ଼୍ରିମ୍ ମିରର ଲଞ୍ଚ କରିଥିଲା। ଆଗକୁ ଏହାର ଉପର ଭର୍ସନ ଓପୋ ଆର୧୭ ଲଞ୍ଚ କରିବା ନେଇ ସୂଚନା ଦେଇଛି କମ୍ପାନୀ। ଏହି ସ୍ମାର୍ଟଫୋନର ସବୁଠାରୁ ଭଲ ଜିନିଷ ହେଉଛି ଏହା ୧୦ଜିବି ରାମ୍ ବିଶିଷ୍ଟ।

ବର୍ତ୍ତମାନ ପର୍ୟ୍ୟନ୍ତ ବଜାରରେ ମାତ୍ର ୮ଜିବି ରାମ ବିଶିଷ୍ଟ ସ୍ମାର୍ଟଫୋନ ଲଞ୍ଚ ହୋଇଥିଲା। ପ୍ରଥମ ଥର ପାଇଁ ୧୦ଜିବି ରାମ୍ ବିଶିଷ୍ଟ କୌଣସି ମୋବାଇଲ ଲଞ୍ଚ ହେବାକୁ ଯାଉଛି। ତେବେ ଏହାର ଫିଚର ବିଷୟରେ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। କିନ୍ତୁ ନିକଟରେ ଆର୧୭ର ଏକ ଛୋଟ ଟିଜର ମିଡ଼ିଆ ଇଭେଣ୍ଟରେ ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.