Below header

ଇମ୍ରାନଙ୍କୁ ଦରକାର ଆଉ ୧୧

ଲାହୋର : ପାକିସ୍ତାନରେ ସରକାର ଗଢ଼ିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ସାକାର କରିବାକୁ ଆଉ ୧୧ ଜଣ ସାଂସଦଙ୍କ ସହଯୋଗ ଲୋଡ଼ା ପିଟିଆଇ ବା ପାକିସ୍ତାନ ତେହେରିକ-ଏ-ଇନସାଫ ଦଳର ମୁଖ୍ୟ ଇମ୍ରାନ୍‌ ଖାନ୍‌ଙ୍କୁ । ଗତ ବୁଧବାର ହୋଇଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ମୋଟ୍‌ ୧୧୬ଟି ଆସନ ଜିତିଛି । ପାକ୍‌ ନେସନାଲ ଆସେମ୍ବଲିରେ ମୋଟ୍‌ ସଦସ୍ୟ ସଂଖ୍ୟା ୩୪୨ । ସରକାର ଗଢ଼ିବା ପାଇଁ ଦରକାର ୧୭୨ ସଦସ୍ୟ । ପିଟିଆଇର ୧୧୬ ଜଣଙ୍କ ସମେତ ଅନ୍ୟ କିଛି ଛୋଟ ଦଳର ସମର୍ଥନ ପାଇ ସେ ମୋଟ୍‌ ୧୬୧ ସଂଖ୍ୟାରେ ପହଞ୍ଚିଥିବା ଇମ୍ରାନ୍‌ ଦାବି କରିଛନ୍ତି । ତେବେ ବାକି ୧୧ ଜଣଙ୍କୁ ଆଗାମୀ ୨୦ ଦିନ ମଧ୍ୟରେ ଯୋଗାଡ଼ କରିବାକୁ ହେବ । ଯଦି ସମର୍ଥନ ଜୁଟାଇ ପାରନ୍ତି ତେବେ ଆସନ୍ତା ଅଗଷ୍ଟ ୧୪ରେ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.