ବଢୁଛି ଟିଟୋର ଅଡୁଆ : କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର

କେନ୍ଦ୍ରାପଡ଼ା : ଆଜି ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ଆଜି କୋର୍ଟରେ ତା’ର ପ୍ରଥମ ତାରିଖ ଥିଲା । ଅନ୍ୟପଟେ ଟିଟୋ ନାଁରେ କେନ୍ଦ୍ରାପଡ଼ା ପୋଲିସ ୫ଟି ମାମଲା ରି-ଓପନ୍ କରିଛି । ଏହି ମାମଲାରେ ଟିଟୋକୁ ରିମାଣ୍ଡରେ ନେଇପାରେ କେନ୍ଦ୍ରାପଡ଼ା ପୋଲିସ ।

ଟିଟୋ ନାଁରେ କେନ୍ଦ୍ରାପଡ଼ା ଟାଉନ ଥାନା, କେନ୍ଦ୍ରାପଡ଼ା ସଦର ଥାନା, ପାଟକୁରା ଥାନାର ଗୋଟିଏ ଲେଖାଏଁ କେସ୍ ରି-ଓପନ୍ ହୋଇଥିବାବେଳେ ମାର୍ଶାଘାଇ ଥାନା ପକ୍ଷରୁ ଦୁଇଟି କେସ୍ ରି-ଓପନ ହୋଇଛି । ଏଥିରୁ ୪ଟି ହତ୍ୟା ଓ ଗୋଟିଏ ବୋମାମାଡ଼ ମାମଲା ରହିଛି । ସେପଟେ ଏସଟିଏଫ୍ ପକ୍ଷରୁ ଆବେଦନ କରାଯାଇଥିବା ଏସଟିଏଫ୍ କେସ୍ ନମ୍ବର-୬ ର ସମସ୍ତ ଜବତ କାଗଜପତ୍ର ଓ ନିଜିଷ ଏସଟିଏଫ୍ କେସ୍ ନମ୍ବର-୮ର ତଦନ୍ତକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ରାୟ ଦେଇଛନ୍ତି । ଆସନ୍ତା ସୋମବାର ଟିଟୋକୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ଏସ୍ଟିଏଫ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.