Below header

ବ୍ଯସ୍ତବହୁଳ ଜୀବନରେ ଅପଣାନ୍ତୁ ଇଜି ୱାର୍କଆଉଟ ମେଥଡ୍ !

ବ୍ୟସ୍ତବହୁଳ ସମୟରେ ଯଦି ଆପଣ ୱାର୍କଆଉଟ ପାଇଁ ସମୟ ବାହର କରିପାରୁ ନାହାଁନ୍ତି ତେବେ, ଏହି ୫ଟି ସାଧାରଣ ବ୍ୟାୟମ ନିୟମିତ କରନ୍ତୁ ଦେଖିବେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ବ୍ୟାୟମଟିର ଖାସ୍ କଥା ହେଉଛି ଘରେ ଅତି ସହଜ ପ୍ରଣାଳୀରେ କରିପାରିବେ । ପ୍ରତ୍ୟେକ ଦିନ ୧୫ ମିନିଟ୍ ଇନଷ୍ଟାଣ୍ଟ୍ ୱାର୍କଆଉଟ ୩୦ ଦିନ କରିବା ଦ୍ବାରା ଏହାର ଫାଇଦା ଜଣା ପଡିଥାଏ । ଆସନ୍ତୁ ଫିଟନେସ୍ ଟ୍ରେନର ମନୋଜ ଜୋସିଙ୍କ ଠାରୁ ଜାଣିବା କିପରି କରିବା :

• ଜଂପିଙ୍ଗ ଜ୍ୟାକ୍: ସିଧା ଛିଡା ହୋଇଯାନ୍ତୁ । ଦୁଇ ହାତକୁ ସିଧା ଭାବରେ ଉପରକୁ ଉଠାନ୍ତୁ । ଏବେ ଶିଘ୍ର ଶିଘ୍ର କିଛି ଥର ଡିଅଁନ୍ତୁ । ଏହା ଜଂପିଙ୍ଗ ଜ୍ୟାକ୍ ଦ୍ବାରା କଲେ ବେଶୀ ଭଲ ହୋଇଥାଏ । କାହିଁକି ନା ଏହା ଦ୍ବାରା ଶରୀରର ସମସ୍ତ ଅଙ୍ଗ ଶକ୍ରିୟ ହୋଇଥାଏ ।

• ରିବର୍ସ କର୍ଲ : ପିଠି ମାଡି ଶୁଅନ୍ତୁ । ଦୁଇ ହାତକୁ ସାଇଡରେ ରଖନ୍ତୁ ଓ ପାପୁଲିକୁ ତଳକୁ ରଖନ୍ତୁ । ଏବେ ଧିରେ ଧିରେ ପାଦକୁ ଉପରକୁ ଉଠାନ୍ତୁ । ପାଦକୁ ଏହି ପରି ଉପରକୁ ଉଠାନ୍ତୁ ଯେ ଜଙ୍ଘର ତଳଭାଗ ମଧ୍ୟ ଉପରକୁ ଉଠିବ । ଏବେ ଦୁଇ ଗୋଡକୁ ନିଜ ଆଡକୁ ଆଣନ୍ତୁ ।

• ବ୍ୟାକ ଏସ୍କଟେନସ୍ : ପେଟ ମାଡି ଶୁଅନ୍ତୁ ଯେମିତି କହୁଣୀ ମାଡି ହୋଇ ରହିବ । ଏବେ ଧିରେ ଧିରେ କାନ୍ଧ ଏବଂ ଛାତିକୁ ଚାପ ଦ୍ବାରା ଉପରକୁ ଉଠାନ୍ତୁ ଓ ପୁଣି ତଳକୁ ଆଣନ୍ତୁ । କାନ୍ଧକୁ ଉଠାବା ସମୟରେ ବେକର ମାସଂପେସୀରେ ଯେମିତି ରକା ନଆସେ ସେଥି ପ୍ରତି ଧ୍ୟାନ ଦେବେ ।

• କଫ୍ ରେସ୍ : ଏମିତି ଛିଡା ହୋଇଯାନ୍ତୁ କି, କାନ୍ଧ, ପିଠି ଓ ଛାତି ଉପରକୁ ଉଠି ରହିବ । ପାପୁଲି ସାହାଯ୍ୟରେ ଛିଡା ହୋଇ ପୁରା ଓଜନ ହାତ ଉପରେ ଦିଅନ୍ତୁ ଏବଂ ଯେତେ ଉପରକୁ ଉଠି ପାରିବେ ଉଠିବାକୁ ଚେଷ୍ଟା କରନ୍ତୁ ।

• ଓବଲିକ୍ କ୍ରନଚ : ଦୁଇ ପାଦ ମଝିରେ ଟିକେ ଫାଙ୍କ ରଖି ପିଠି ପଟକୁ ଶୋଇଯାଆନ୍ତୁ । ଏବେ କାନ୍ଧକୁ ଉଠାନ୍ତୁ ଏବଂ ଏହିପରି ଭାବରେ ଘୂରାନ୍ତୁ କି, ବାମ କାନ୍ଧ ଡାହଣ କାନ୍ଧ ପଟକୁ ଢଳି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.