Below header

୨୦୦ ଫୁଟ ଖାଇରେ ପଡ଼ିଲା ପିକନିକ୍ ବସ : ୩୨ ମୃତ

ରାଇଗଡ଼ :ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟିରେ ୫୦୦ ଫୁଟ୍‌ ଖାତକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ବସ୍‌ଟି ଖାତକୁ ଖସିବାବେଳେ ସେ ଝରକା ଦେଇ ବାହାରକୁ ଖସି ପଡ଼ିଥିଲେ । ଡ୍ରାଇଭରର ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି । ଅନ୍ୟ ୬ ଜଣ ଯାତ୍ରୀଙ୍କ ପତ୍ତା ମିଳିନାହିଁ । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ କୋଙ୍କଣ କୃଷି ବିଦ୍ୟାପୀଠର କର୍ମଚାରୀ ବୋଲି ଜଣାପଡ଼ିଛି । ଏମାନେ ପିକ୍‌ନିକ୍‌ କରିବାକୁ ମହାବଳେଶ୍ୱର ଯାଉଥିଲେ । ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ବସ୍‌ଟି ଅମ୍ବେନାଳି ଘାଟିରୁ ତଳକୁ ଖସିପଡ଼ିଥିଲା । ବର୍ତ୍ତି ଯାଇଥିବା ଯାତ୍ରୀ ଜଣଙ୍କ ଦୁର୍ଘଟଣାର ଅଧଘଣ୍ଟା ପରେ ରାସ୍ତା ଉପରକୁ ଆସି ଏ ସଂପର୍କରେ ଜଣାଇଥିଲେ । ପୋଲିସ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.