ଲାଇଭ୍ ସୁଇସାଇଡ଼ : ପ୍ରେମୀକଙ୍କ ସହ ଝଗଡ଼ା ପରେ ଲଗାଇଲେ ଫାଶୀ

ଗ୍ବାଲିୟର : ଶୁକ୍ରବାର ସନ୍ଧ୍ୟା ଢ଼ାଲ ବଜାରର ବ୍ୟପାରୀଙ୍କ ଝିଅ ପ୍ରେମୀକକୁ ଭିଡ଼ିଓ କଲରେ ରଖି କରିଛନ୍ତି ଆତ୍ମହତ୍ୟା। ଭିଡ଼ିଓ କଲରେ ପ୍ରେମୀକର ବାରମ୍ବାର ଅଟକାଇବା ପରେ ମଧ୍ୟ କିଛି ନଶୁଣି ନିଜ ଓଢ଼ଣୀରେ ଫାସି ଲଗାଇଥିଲେ ଯୁବତୀ। ଏହାର ତୁରନ୍ତ ପରେ ପ୍ରେମୀକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଫାସୀରୁ ଓହ୍ଳାଇ ଡ଼ାକ୍ତରଖାନା ନେଇଥିଲେ। କିନ୍ତୁ ସେତେକି ବେଳକୁ ବହୁତ ଡ଼େରି ହୋଇଯାଇଥିଲା। ଯୁବତୀଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ପରିବାର ଲୋକ ଏହାର ଦୋଷୀ ତାଙ୍କ ପ୍ରେମୀକଙ୍କୁ କହିଛନ୍ତି।

ସୂଚନା ଅନୁଯାୟୀ, ବ୍ୟାପାରୀ ଅନିଲ ଜେନଙ୍କ ଏକମାତ୍ର ଝିଅ ବର୍ଷା ଜେନ୍ ବିଏସସି ପ୍ରଥମ ବର୍ଷର ଛାତ୍ରୀ। ସେ ଢ଼ାଲ ବଜାରରେ ରହୁଥିବା ଅମନ ଜେନଙ୍କ ସହ ପ୍ରେମ ସଂପର୍କରେ ରହିଥିଲେ। ଗତକାଲି ସନ୍ଧ୍ୟା ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ବଶତଃ ଝଗଡ଼ା ହୋଇଥିଲା। ଯାହାପରେ କ୍ରୋଧିତ ହୋଇ ବର୍ଷା ତାଙ୍କ ପ୍ରେମୀକ ଅମନଙ୍କୁ ହ୍ବାଟ୍ସଆପ ଭିଡ଼ିଓ କରି ନିଜକୁ ଫାସୀ ଲଗାଇବା ପାଇଁ ଧମକ ଦେଇଥିଲେ। ଏହି ସମୟରେ ଅମନଙ୍କ ବାରମ୍ବାର ଅଟକାଇବା ପରେ ମଧ୍ୟ ବର୍ଷା ଅଟକି ନଥିଲେ ଏବଂ ନିଜ ଓଢ଼ଣୀରେ ନିଜକୁ ଫାସୀ ଲଗାଇଥିଲେ। ଅମନ ତାଙ୍କ ସାଙ୍ଗ ମାନଙ୍କ ସହ ବର୍ଷାଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ତାଙ୍କ ଘରେ କେହିନଥିଲେ ଏଣୁ ଅମନ କବାଟ ଭାଙ୍ଗି ବର୍ଷାଙ୍କୁ ଓହ୍ଲାଇଥିଲେ ଏବଂ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନେଇଥିଲେ।

ଡ଼ାକ୍ତରାଖାନା ପହଞ୍ଚିବା ବେଳକୁ ବର୍ଷାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର। ଘଟଣା ବିଷୟରେ ସମସ୍ତ ଜାଣିବା ପରେ ବର୍ଷାଙ୍କ ପରିବାରଲୋକ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ସେମାନେ ସ୍ଥାନୀୟ ପୋଲିସକୁ ଅଭିଯୋଗ କରିବା ସହ ଘଟଣାର ଅଭିଯୋଗ ଅମନଙ୍କୁ କହିଥିଲେ। ପୋଲିସ ଘଟଣାର ଏକ ରିପୋର୍ଟ ରୁଜୁ କରିବା ସହ ଅମନଙ୍କୁ ଜେରା କରି ମାମଲା ସମ୍ବନ୍ଧୀୟ ପଚରାଉଚରା ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.