Below header

କଟକ ନିଆଳିରେ ଉତ୍ତେଜନା : ଥାନା ଆଗରେ ରାସ୍ତା ଅବରୋଧ

କଟକ : କପାସି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ପ୍ରଦ୍ୟୁମ୍ନ ମଲ୍ଲିକଙ୍କୁ ଗିରଫ ପ୍ରତିବାଦରେ ଉତ୍ତେଜନା ପ୍ରକାଶ ପାଇଛି । ନିଆଳି ଥାନା ଆଗରେ ତାଙ୍କ ସମର୍ଥକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ନିର୍ବାଚନ ସମୟରେ କପାସୀ ପଞ୍ଚାୟତର ପୋଦନା ଗାଁରେ ବ୍ୟାପକ ଗଣ୍ଡଗୋଳ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟି ଓ ପୋଡାଜଳା ହୋଇଥିଲା । ଉଭୟ ଗୋଷ୍ଠୀଙ୍କ ନାଁରେ ପ୍ରାୟ ୬୦୦ ମାମଲା ହୋଇଥିଲା । ଏଥିରୁ କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଉ କେତେକ ଫେରାର ଥିଲେ । ପ୍ରଦ୍ୟୁମ୍ନଙ୍କ ନାଁରେ ମଧ୍ୟ ମାମଲା ଥିଲା । ଆଜି ପୋଲିସ ତାଙ୍କୁ ଗିରଫ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଦ୍ୟୁମ୍ନ ନାଁରେ ୨୨ଟି ମାମଲା ଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.